ବିଶ୍ବକପ୍‌ ଆଉ ୪୭ ଦିନ: ଭାରତ-ପାକିସ୍ତାନ ମୁକାବିଲା ଯୁଦ୍ଧଠାରୁ କମ୍ ନୁହେଁ: ସେହବାଗ

ପଣଜୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ମ୍ୟାଚ୍‌ ଚାଲିଲେ ଏହା ଯୁଦ୍ଧଠାରୁ ବି କମ୍‌ ନୁହେଁ ବୋଲି କହିଛନ୍ତି ଭାରତୀୟ ଦଳର ପୂର୍ବତନ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ବୀରେନ୍ଦ୍ର ସେହବାଗ। ଏହି ଯୁଦ୍ଧକୁ ଜିତିବାକୁ ପଡ଼ିଥାଏ, ହାରିବାକୁ ନୁହେଁ ବୋଲି ଗୋଆ ମହୋତ୍ସବ ଅବସରରେ ସେହବାଗ ପ୍ରକାଶ କରିଛନ୍ତି। ଏବେ ଦୁଇଟି କଥା ଆଲୋଚନା ହେଉଛି। ପାକିସ୍ତାନ ସହ ଯୁଦ୍ଧ ହେବା ଉଚିତ୍ କି ନୁହେଁ କିମ୍ବା ଏହି ଦେଶ ସହ ଖେଳିବା ଉଚିତ୍ କି ନୁହେଁ। କିନ୍ତୁ ଦେଶର କଲ୍ୟାଣ ଦୃଷ୍ଟିରୁ ଯାହା ଭଲ ତାହା ହେବା ଉଚିତ୍ ବୋଲି ମୋ ମତ। ରାଜନୀତିରେ ଯୋଗଦେବା ପ୍ରସଙ୍ଗରେ ପ୍ରଶ୍ନ ହେବାରୁ ‌ସେହବାଗ କହିଥିଲେ, ଲୋକମାନେ ସେଭଳି ନେତାଙ୍କୁ ଭୋଟ୍ ଦେବା ଉଚିତ୍ ‌ଯିଏ ନିର୍ଣ୍ଣା‌ୟକ ନିଷ୍ପତ୍ତି‌ ନେଉଥିବେ।‌ ତୁରନ୍ତ ନିଷ୍ପତ୍ତି ନେବା ମଧ୍ୟ ଜୁରୁରୀ। ସେ କିନ୍ତୁ କାହାରି ନାମ ନେଇ ନ ଥିଲେ। ମେ’୩୦ରୁ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ବିଶ୍ବକପ୍ ସମ୍ପର୍କରେ ସେହବାଗ ସକାରାତ୍ମକ ମନ୍ତବ୍ୟ ରଖିଥିଲେ। ଭାରତ ପାଇଁ ସୁଯୋଗ ରହିଛି ବୋଲି ସେ କହିଥିଲେ। ରାଜନୀତିରେ ଯୋଗଦେବା ସମ୍ପର୍କରେ ସେହବାଗ କହିଥିଲେ, ‘ମୁଁ ରଣଜୀ ଟ୍ରଫିଠାରୁ ଆରମ୍ଭ କରି ଆଇପିଏଲ୍‌ ପର୍ଯ୍ୟନ୍ତ ଚୁକ୍ତିରେ ସମ୍ପୃକ୍ତ ରହିଛି। ଯେଉଁ ଦଳ ଭଲ ଚୁକ୍ତି କରିବ ମୁଁ ଯୋଗଦେବି। ଏହି ଚୁକ୍ତି ୧୦୦ କୋଟିରୁ କମ୍ ହେବା ଉଚିତ୍ ନୁହେଁ ବୋଲି ସେହବାଗ ମଜାରେ କହିଥିଲେ।

ସମ୍ବନ୍ଧିତ ଖବର