ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ପରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତାକୁ ଆଖି ଆଗରେ ରଖି ଅନ୍ତର୍ଜାତୀୟ ହକି ମହାସଂଘ (ଆଇଏଚଏଫ୍) ଏହି ଦୁଇ ଦେଶ ମଧ୍ୟରେ ଖେଳାଯିବାକୁ ଥିବା ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ୟୁରୋପରେ କରିବାକୁ ଚିନ୍ତା କରୁଛି। ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଖେଳାଯିବାକୁ ଥିବା ଯୋଗ୍ୟତା ପର୍ଯ୍ୟାୟରେ ଭାରତ ଓ ପାକିସ୍ତାନ ଉଭୟ ଘରୋଇ ଏବଂ ବିଦେଶ ମ୍ୟାଚ୍ ୟୁରୋପରେ ଖେଳିବେ। ତେବେ ଏଥିନେଇ ଚୂଡ଼ାନ୍ତ ନିଷ୍ପତ୍ତି ଆସନ୍ତା ସପ୍ତାହରେ ନିଆଯିବ। ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ଓ ପାକିସ୍ତାନ ଅଲଗା ଅଲଗା ଗ୍ରୁପରେ ସ୍ଥାନ ପାଇଛନ୍ତି। ସେଥିପାଇଁ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ମୁହାଁମୁହିଁ ହେବାର ଆଶଙ୍କା ରହିଛି। ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ଓ ପାକିସ୍ତାନ ସହ ଇଜିପ୍ଟ, ଦକ୍ଷିଣ କୋରିଆ, ସ୍ପେନ୍, ଜର୍ମାନି, ନ୍ୟୁଜିଲାଣ୍ଡ ଏବଂ ଅନ୍ୟ କେତେକ ଦଳ ଅଂଶ ଗ୍ରହଣ କରିବେ। ଚଳିତ ବର୍ଷ ପ୍ରାରମ୍ଭରେ ଖେଳା ଯାଇଥିବା ପ୍ରୋ ହକି ଲିଗ୍କୁ ଦଳ ପଠାଇ ନଥିବାରୁ ପାକିସ୍ତାନ ଯୋଗ୍ୟତା ପର୍ଯ୍ୟାୟରୁ ବାଦ୍ ପଡ଼ିବାର ଯଥେଷ୍ଟ ସମ୍ଭାବନା ଥିଲା। ଏହି କାରଣରୁ ଆଇଏଚ୍ଏଫ୍ ପାକିସ୍ତାନ ହକି ମହାସଂଘ (ପିଏଚ୍ଏଫ୍)କୁ ମୋଟା ଅଙ୍କର ଜରିମାନା କରିଥିଲା। ପିଏଚ୍ଏଫ୍ ଜରିମାନାର ପ୍ରଥମ କିସ୍ତି ଦେବା ପରେ ତାକୁ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ସାମିଲ କରିବାକୁ ଅନୁରୋଧ କରିଛି। ଯାହାକୁ ଆଇଏଚ୍ଏଫ୍ ଗ୍ରହଣ କରିନେବାର ଆଶା ଅଧିକ ରହିଛି। ପାକିସ୍ତାନ ସଂପ୍ରତି ବିଶ୍ବ ହକି ମାନ୍ୟତାର ସପ୍ତଦଶ ସ୍ଥାନରେ ରହିଛି। ୨୦୧୬ରେ ବ୍ରାଜିଲରେ ଅନୁଷ୍ଠିତ ରିଓ ଅଲିମ୍ପିକ୍ସ ଲାଗି ମଧ୍ୟ ଏହି ଦଳ ଯୋଗ୍ୟତା ଅର୍ଜନ କରିପାରି ନଥିଲା।
ୟୁରୋପରେ ଭାରତ-ପାକିସ୍ତାନ ହକି ମ୍ୟାଚ୍!
/sambad/media/post_attachments/wp-content/uploads/2019/09/HOCKEY.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)