ଭାରତ-ପାକିସ୍ତାନ ମୁକାବିଲା ଏକ ବଡ଼ ମୁହୂର୍ତ୍ତ

-ଭିଭିଏସ୍ ଲକ୍ଷ୍ମଣ-

ପଡିଆରେ ପହଞ୍ଚିବା ପରେ ବର୍ଷା ଦେଖିବା ଯେ କୌଣସି କ୍ରିକେଟ୍‌ ଖେଳାଳିଙ୍କ ପାଇଁ ନିରାଶାଜନକ। ନଟିଂହାମ୍‌ରେ ଭାରତ ଏବଂ ନ୍ୟୁଜିଲାଣ୍ଡ୍‌ ନିଶ୍ଚିତ ହତାଶ ହୋଇଥିବେ। ଚଳିତ ବିଶ୍ବକପ୍‌ରେ ଚତୁର୍ଥ ଥର ପାଇଁ ଏକ ମ୍ୟାଚ୍‌ ବର୍ଷାରେ ଧୋଇଗଲା। ଖେଳାଳିଙ୍କ ସହିତ ପ୍ରଶଂସକମାନେ ମଧ୍ୟ ହତୋତ୍ସାହିତ ହୋଇପଡ଼ିଛନ୍ତି। ଖେଳ ସହିତ ଜଡ଼ିତ ଅଧିକାଂଶ ଲୋକ ଢ଼େର ଆଗରୁ ନିଜ ଗସ୍ତ ପ୍ରସ୍ତୁତି କରିଥାନ୍ତି। ସମଗ୍ର ପ୍ରକ୍ରିୟାରେ ମଧ୍ୟ ବହୁ ଅର୍ଥ ବିନିଯୋଗ ହୋଇଥାଏ। ବିଶ୍ବ ଭ୍ରମଣ ବେଳେ କେବଳ ବର୍ଷା ଦେଖିବା ହୃଦୟ ବିଦାରକ ଭଳି।

ଏହା ସତ୍ୟ ଯେ ଏଭଳି ପରିସ୍ଥିତି ବିରୋଧରେ କିଛି କରାଯାଇ ପାରିବ ନାହିଁ। କିନ୍ତୁ ଖେଳ ଆରମ୍ଭ କରିବା ପାଇଁ କିଛି ପଦକ୍ଷେପ ନିଆଯାଇ ପାରିବ। ଏହାର ସବୁଠାରୁ ବଡ଼ ଦିଗ ହେଉଛି ସମ୍ପୂର୍ଣ୍ଣ ଆଉଟ୍‌ଫିଲ୍‌ଡକୁ ଘୋଡ଼ାଇ ରଖିବା। ଶ୍ରୀଲଙ୍କା ଏବଂ ଇଡେନ୍ ଗାର୍ଡେନ୍ ଭଳି ଏହା କରାଯାଇପାରନ୍ତା। କ୍ରିକେଟ୍‌ର ଅଲିମ୍ପିକ୍ସ ଭା‌ବେ ପରିଚିତ ବିଶ୍ବକପ୍‌ରେ ଏହା କରାଯାଇ ପାରିଥାନ୍ତା। କାରଣ ଏହା ବିଶ୍ବକପ୍‌ କୌଣସି କ୍ଲବ୍ କ୍ରିକେଟ୍ ନୁହେଁ। ଏବେ ଆଇସିସି ଆୟୋଜକ ଇସିବି ନିକଟରୁ ପର୍ଯ୍ୟାପ୍ତ ବ୍ୟବସ୍ଥା ଦାବି କରିବା ଉଚିତ୍। ଅନ୍ୟ ଏକ ଦିଗ ହେଉଛି ଖେଳସୂଚୀରେ ପରିବର୍ତନ। ଗ୍ରୀଷ୍ମଋତୁର ଦ୍ବିତୀୟ ଭାଗରେ ଅଧିକ ବର୍ଷାର ସମ୍ଭାବନା ଥିବାରୁ ଏଭଳି ସୂଚୀ କରିବାର ନ ଥିଲା। ଇଂଲଣ୍ଡ ନିଜ ଆସେସ୍ ଆୟୋଜନ ସେଭଳି କରିଥାଏ। ଆୟୋଜକ ମାନେ ଏବେ ସେଭଳି ପରିବର୍ତନ ଇଂଲଣ୍ଡକୁ ପରବର୍ତୀ ବିଶ୍ବକପ୍‌ ଫେରିବା ବେଳେ କରିପାରିବେ।

ରବିବାର କିନ୍ତୁ ଆମେ ସମ୍ପୂର୍ଣ୍ଣ ମ୍ୟାଚ୍‌ ଆଶା କରିବା। କାରଣ ସେଦିନ ମାଞ୍ଚେଷ୍ଟର୍‌ରେ ବିଶ୍ବକପ୍‌ର ସବୁଠୁ ବଡ଼ ଲିଗ୍ ମ୍ୟାଚ୍‌ ଖେଳାଯିବ। ବିଶ୍ବକପ୍‌ ମଇଦାନରେ ଭାରତ-ପାକିସ୍ତାନ ମୁକାବିଲା ନିଶ୍ଚିତ ଏକ ବଡ଼ ମୁହୂର୍ତ। ଅଦାଲତ ସଫଳତା ଭଳି ଖେଳାଳିମାନେ ମଧ୍ୟ ଭାବଗତ ଭାବେ ଏଥିରେ ଜଡ଼ିତ ହୋଇପଡ଼ନ୍ତି। ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷରେ ଭାରତର ପ୍ରାଧାନ୍ୟ (୬-୦) ରହିଥିଲେ ମଧ୍ୟ କୋହଲିଙ୍କ ଦଳ ଏହାକୁ ହାଲକାରେ ନେଇ ପାରିବ ନାହିଁ। ଉଭୟ ଦଳକୁ ଆମେ ଦେଖିଛେ ସେମାନଙ୍କ ଚମତ୍କାରିତା ଏବଂ ଅତି ସାଧାରଣ ପ୍ରଦର୍ଶନ କରିବା। ଫର୍ମକୁ ଫେରି ସାରିଥିବା ଶିଖର ଧାୱନଙ୍କ ଅନୁପସ୍ଥିତି ବଡ଼ ଝଟକା ଭଳି। କିନ୍ତୁ ଏହା ମଧ୍ୟ ଲୋକେଶ ରାହୁଲଙ୍କୁ ନିଜ ପ୍ରିୟ ସ୍ଥାନରେ ଭଲ ଖେଳିବାର ସୁଯୋଗ ଦେବ। ମାଞ୍ଚେଷ୍ଟରରେ ଯଦି ରବିବାର ମେଘୁଆ ଆକାଶ ଥିବ ମୁଁ ନିଶ୍ଚିତ କହିବି ୪ ନମ୍ବର ସ୍ଥାନରେ ବିଜୟ ଶଙ୍କର ଖେଳିବା ଉଚିତ୍। ତାଙ୍କ ମଧ୍ୟମଗତି ବୋଲିଂ ଅତିରିକ୍ତ ଫାଇଦା ଆଣିଦେବ। କୁଲଦୀପ ଯାଦବଙ୍କ ବଦଳରେ ମହମ୍ମଦ ସାମିଙ୍କୁ ଖେଳାଇଲେ ଭାରତର ୩ ଦ୍ରୁତ‌ ବୋଲର ପାକିସ୍ତାନର ଶୀର୍ଷକ୍ରମ ବ୍ୟାଟିଂକୁ ବିଗାଡ଼ିପାରିବେ।

ସମ୍ବନ୍ଧିତ ଖବର