ଚେନ୍ନାଇ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପୁରୁଷ ଟି୨୦ ବିଶ୍ବକପ୍-୨୦୨୬ର ସୁପର-୮ ରାଉଣ୍ଡରେ ଆଜି ଭାରତ ଓ ଜିମ୍ବାୱେ ମ୍ୟାଚ୍ ଜାରି ରହିଛି। ଚେନ୍ନାଇର ଏମ୍ ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଜିମ୍ବାୱେର ଅଧିନାୟକ ସିକନ୍ଦର ରଜା ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଭାରତୀୟ ଟିମ୍ ବ୍ୟାଟିଂ କରିଥିଲେ। ନିର୍ଦ୍ଧାରିତ ୨୦ ଓଭରରେ ଭାରତ ୪ଟି ୱିକେଟ୍ ହରାଇ ୨୫୬ ରନ୍ ସଂଗ୍ରହ କରିଛି। ଫଳରେ ଜିମ୍ବାୱେକୁ ଏହି ମ୍ୟାଚ୍ ବିଜୟ ପାଇଁ ୨୫୭ ରନ୍ର ଲକ୍ଷ୍ୟ ମିଳିଛି।
ଟି-୨୦ ବିଶ୍ବକପ୍-୨୦୨୬ରେ କୌଣସି ଟିମ୍ର ଏହା ହେଉଛି ସର୍ବାଧିକ ସ୍କୋର। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୫୦ ରନ୍ ସଂଗ୍ରହ କରିଛନ୍ତି। ସେହିପରି ଅଭିଷେକ ଶର୍ମା ମଧ୍ୟ ୫୫ ରନ୍ କରିଥିବା ବେଳେ ଯୁବ କ୍ରିକେଟ୍ର ତିଲକ ବର୍ମା ମଧ୍ୟ ଅପରାଜିତ ୪୪ ରନ୍ ସଂଗ୍ରହ କରିଛନ୍ତି।
ଆହୁରି ପଢ଼ନ୍ତୁ: AbhishekSharma: ଅଭିଷେକ ଶର୍ମାଙ୍କ ଲଗାତାର ବିଫଳତା ଦଳ ପାଇଁ ସବୁଠୁ ବଡ଼ ଚିନ୍ତାର କାରଣ
ଭାରତୀୟ ଟିମ୍ର ପ୍ରାରମ୍ଭିକ ବ୍ୟାଟିଂ ଭଲ ଥିଲା। ସଂଜୁ ସାମସନ ଏବଂ ଅଭିଷେକ ଶର୍ମା ପ୍ରଥମ ୱିକେଟ୍ ପାଇଁ ୪୮ ରନ୍ ସଂଗ୍ରହ କରିଥିଲେ। ସଂଜୁ ସାମସନ ୨୪ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ। ସଂଜୁଙ୍କୁ ବ୍ଲେସିଂ ମୁଜାରବାନି ରୟାନ ବଲ୍ଙ୍କ ହାତରେ କ୍ୟାଚ୍ କରାଇଥିଲେ। ଏହା ପରେ ଈଶାନ କିଶନ ଏବଂ ଅଭିଷେକ ଶର୍ମା ଦ୍ବିତୀୟ ୱିକେଟ୍ ପାଇଁ ୭୨ ରନ୍ ଭାଗିଦାରୀ କରିଥିଲେ। ଏହି ଭାଗିଦାରୀ ସମୟରେ ଅଭିଷେକ ଶର୍ମା ୨୬ଟି ବଲ୍ ଖେଳି ଅର୍ଦ୍ଧଶତକ ପୂରା କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଅଭିଷେକ ପ୍ରଥମ ଥର ୫୦ ରନ୍ ଅତିକ୍ରମ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/26/screenshot-2026-02-26-195951-2026-02-26-20-01-25.jpg)