କ୍ରାଏଷ୍ଟଚର୍ଚ: ନ୍ୟୁଜିଲାଣ୍ଡରେ ଚାଲିଥିବା ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଭାରତ ତାର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ବିଶାଳ ୨୦୩ ରନ୍ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି।ଆସନ୍ତା ଶନିବାର ଦିନ ଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ଭେଟିବ।
୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପର ତିନି ଥର ବିଜେତା ଭାରତ ଏବଂ ଦୁଇ ଥର ବିଜେତା ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଭାରତ ଟସ୍ ଜିଣି ପଥମେ ବ୍ୟାଟିଂ କରିଥିଳା। ଭାରତ ମାତ୍ର ୧୩ ରନ୍ରେ ଦୁଇଟି ଓ୍ଵିକେଟ ହରାଇ ବିପଦରେ ପଡ଼ିଥିଲା। ଏକଦା ୧୬୫ରନରେ ୫ ଓ୍ଵିକେଟ ହରାଇ ସଂଘର୍ଷ କରୁଥିବା ଭାରତୀୟ ଦଳ ଶୁଭମନ ଗିଲ ଗିଲଙ୍କ ବିସ୍ଫୋରକ ଶତକ( ୯୩ ବଲ, ୧୦୩ ରନ) ସହାୟତାରେ ନିର୍ଦ୍ଧାରିତ ୫୦ ଓଭରରେ ୯ଓ୍ଵିକେଟ ହରାଇ ୨୭୨ ରନ୍ ସଂଗ୍ରହ କରିଥିଲା। ତେବେ ଭାରତର ନିଖୁଣ ବୋଲିଂର ସାମନା କରି ନ ପାରି ମାତ୍ର ୬୯ ରନ୍ରେ ପାକିସ୍ତାନ ତାର ସମସ୍ତ ଓ୍ଵିକେଟ ହରାଇ ଭାରତ ଠାରୁ ପୁଣି ଏକ ଲଜ୍ୟାଜନକ ପରାଜୟ ସ୍ୱୀକାର କରିଛି। ଭାରତୀୟ ଦଳର ବୋଲର ଇସାନ ପରେଲ ମାତ୍ର ୧୭ ରନ୍ ବିନିମୟରେ ପାକିସ୍ତାନର ୪ ଓ୍ଵିକେଟ ଅକ୍ତିଆର କରି ପାକିସ୍ତାନ ବ୍ୟାଟିଂ ଲାଇନକୁ ଯେପରି ଅସ୍ତବ୍ୟସ୍ତ କରି ଦେଇଥିଲେ, ସେଥିରୁ ଶେଷ ପର୍ଯ୍ୟନ୍ତ ପାକିସ୍ତାନ ମୁକୁଳି ନ ପାରି ଭାରତୀୟ ବୋଲରଙ୍କ ନିକଟରେ ଆତ୍ମ ସମର୍ପଣ କରିଦେଇଥିଲା।
ସୂଚନା ଯୋଗଞ ଯେ ଉଭୟ ୧୯ ବର୍ଷରୁ କମ୍ ବିଶ୍ୱକପରେ ୮ ଥର ଭେଟା ଭେଟି ହୋଇଥିଲା ବେଳେ ସେଥିମଧ୍ୟରୁ ଭାରତ ୫ ଏବଂ ପାକିସ୍ତାନ ୩ଟିରେ ବିଜୟୀ ହୋଇଛି। ତେବେ ୨୦୦୬ରେ ଭାରତକୁ ହରାଇ ପାକିସ୍ତାନ ବିଜେତା ଆଖ୍ୟା ଅର୍ଜନ କରିଥିଲା।
୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ:ପାକିସ୍ତାନକୁ ବିଶାଳ ୨୦୩ ରନ୍ରେ ହରାଇ ଫାଇନାଲରେ ଭାରତ
/sambad/media/post_attachments/wp-content/uploads/2018/01/SHUBMAN-GILL.jpg)