ନୂଆଦିଲ୍ଲୀ: ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଆୟୋଜନ ଅଧିକାର ବଜାୟ ରଖିବାରୁ ଭାରତ ୨୦୨୧ ଟି-୨୦ ୱାର୍ଲଡ୍ କପ୍ ଟୁର୍ଣ୍ଣାମେଣ୍ଟ୍ ଆୟୋଜନ କରିବ। ୨୦୨୨ ଟୁର୍ଣ୍ଣାମେଣ୍ଟ୍ ଅଷ୍ଟ୍ରେଲିଆ ଆୟୋଜନ କରିବ ବୋଲି ଜଣାପଡ଼ିଛି।
ଶୁକ୍ରବାର ଦିନ ଇଣ୍ଟର୍ନ୍ୟାସ୍ନାଲ୍ କ୍ରିକେଟ୍ କାଉନ୍ସିଲ୍ ବୋର୍ଡ ଟେଲିକନ୍ଫରେନ୍ସ୍ରେ ବୈଠକ କରିବା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟି-୨୦ ୱାର୍ଲଡ୍ କପ୍ ଭାରତ ଆୟୋଜନ କରିବ। ଏହାର ଫାଇନାଲ୍ ଖେଳ ନଭେମ୍ବର ୧୪ରେ କରିବାକୁ ସ୍ଥିର ହୋଇଛି। ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆ ଯେଉଁ ଟୁର୍ଣ୍ଣାମେଣ୍ଟ୍ ଆୟୋଜନ କରିବା ତାହାର ଫାଇନାଲ୍ ଖେଳ ନଭେମ୍ବର ୧୩ରେ ହେବ।
୨୦୨୩ ଅକ୍ଟୋବର ଓ ନଭେମ୍ବରରେ ୫୦ ଓଭର୍ ବିଶିଷ୍ଟ ୱାର୍ଲଡ୍ କପ୍ ଭାରତରେ ଆୟୋଜନ କରାଯିବ ଏବଂ ଏହାର ଫାଇନାଲ୍ ମ୍ୟାଚ୍ ନଭେମ୍ବର ୨୬ରେ ଅନୁଷ୍ଠିତ ହେବ।
କରୋନାଭାଇରସ୍ ମହାମାରୀ ଯୋଗୁଁ ଆଇସିସି ୨୦୨୨ ପର୍ଯ୍ୟନ୍ତ ମହିଳା ବିଶ୍ବ କପ୍ ବାତିଲ କରିଛି। ଫେବ୍ରୁଆରି ୬ ରୁ ମାର୍ଚ ୭ ତାରିଖ ମଧ୍ୟରେ ନିଉଜିଲାଣ୍ଡ୍ରେ ମହିଳା ବିଶ୍ବ କପ୍ ହେବାକୁ ସମୟ ନିର୍ଦ୍ଧାରିତ ହୋଇଥିଲା।