ନୂଆଦିଲ୍ଲୀ : ଫିଫା ମାନ୍ୟତାରେ ଭାରତ ପୁଣି ଥରେ ୧୦୦ତମ ସ୍ଥାନକୁ ଫେରିଛି। ସଦ୍ୟ ପ୍ରକାଶିତ ମାନ୍ୟତା ତାଲିକାରେ ଲେବାନନ୍ ଓ ନ୍ୟୁଜିଲାଣ୍ଡକୁ ପଛରେ ପକାଇ ଭାରତ ୫ ବର୍ଷ ପରେ ପୁଣି ଥରେ ଶୀର୍ଷ ୧୦୦ ସ୍ଥାନରେ ପହଞ୍ଚିଛି। ଶେଷଥର ପାଇଁ ୨୦୧୮ ମାର୍ଚ୍ଚ ମାସରେ ଭାରତ ୯୯ ତମ ସ୍ଥାନରେ ରହିଥିଲା। ବର୍ତ୍ତମାନ ବେଙ୍ଗାଲୁରୁରେ ଚାଲିଥିବା ସାଫ୍ କପ୍ରେ ଭାରତ ସେମିଫାଇନାଲ୍ରେ ପ୍ରବେଶ କରିସାରିଥିଲା ବେଳେ ମୁଖ୍ୟ ପ୍ରଶିକ୍ଷକ ଇଗୋର ଷ୍ଟିମାକ୍ଙ୍କ ପାଇଁ ଏହା ଆଉ ଏକ ବଡ଼ ସଫଳତା ବୋଲି କୁହାଯାଇପାରେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp