ଏସୀୟ ମହିଳା ଭଲିବଲ୍‌ରେ ଭାରତ ଉପବିଜେତା

କଟକ: ବ୍ୟାଙ୍କକ୍‌ର ନାଖୋନ୍‌ ପାଥୋମ୍‌ ସିଟିରେ ଶେଷ ହୋଇଥିବା ୧୭ ବର୍ଷରୁ କମ୍‌ ଦକ୍ଷିଣ ପୂର୍ବ ଏସୀୟ ମହିଳା ଭଲିବଲ୍‌ ପ୍ରତିଯୋଗିତାର ବିଂଶତମ ସଂସ୍କରଣରେ ଭାରତ ଉପବିଜେତା ହୋଇଛି। ଫାଇନାଲ୍‌ରେ ଆୟୋଜକ ଥାଇଲାଣ୍ଡ୍‌ଠୁ ଭାରତ ୦-୩ ସେଟ୍‌ରେ ପରାସ୍ତ ହୋଇଥିଲା। ଏଥିପୂର୍ବରୁ ଲିଗ୍‌ରେ କାଜାଗସ୍ତାନକୁ ୩-୦, କ୍ୱାର୍ଟର ଫାଇନାଲ୍‌ରେ ନ୍ୟୁଜିଲାଣ୍ଡକୁ ୩-୨ରେ ଏବଂ ସେମି ଫାଇନାଲ୍‌ରେ ଅଷ୍ଟ୍ରେଲିଆକୁ ୩-୦ରେ ପରାସ୍ତ କରି ଫାଇନାଲ୍‌କୁ ଉନ୍ନୀତ ହୋଇଥିଲା। ଏହି ପ୍ରତିଯୋଗିତାରେ କାଜାଗସ୍ତାନ ତୃତୀୟ ସ୍ଥାନରେ ରହିଥିଲା। ଚଳିତ ବର୍ଷ ଚୀନ, ଜାପାନ ଓ କୋରିଆ ନୂଆ ଦଳ ଭାବେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଭାରତୀୟ ଦଳ ସହିତ ଓଡ଼ିଶା ଭଲିବଲ୍‌ ସଂଘର ସମ୍ପାଦକ ପ୍ରଦୀପ ମହାନ୍ତି ପ୍ରବନ୍ଧକ ଭାବେ କାର୍ଯ୍ୟ କରିଥିଲେ। ଭାରତୀୟ ଦଳର ଏହି ସଫଳତା ପାଇଁ ସେ ସମସ୍ତ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର