ଜୋହର ବାହରୁ: ମାଲେସିଆରେ ଚାଲିଥିବା ଜୋହର କପ୍ କନିଷ୍ଠ ହକି ପ୍ରତିଯୋଗିତାରେ ଭାରତକୁ ଉପବିଜେତାରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଶନିବାର ଖେଳାଯାଇଥିବା ଫାଇନାଲରେ ଇଂଲଣ୍ଡ ୩-୨ରେ ଭାରତକୁ ହରାଇ ଦେଇଥିଲା। ଲିଗ୍ ପର୍ଯ୍ୟାୟରେ ମଧ୍ୟ ଇଂଲଣ୍ଡ ସମାନ ୩-୨ ବ୍ୟବଧାନରେ ଭାରତକୁ ହରାଇଥିଲା। ଏଥି ସହ ଗତ ଥର ଅଷ୍ଟ୍ରେଲିଆଠାରୁ ହାରି ଉପବିଜେତା ହୋଇଥିବା ଇଂଲଣ୍ଡ ଜୋହର କପ୍ ମୁକୁଟ ଜିତିବାରେ ସକ୍ଷମ େହାଇଛି। ଶନିବାର ଭାରତ ପାଇଁ ଗୁରସାହିବଜିତ୍ ସିଂହ (୪ ମିନିଟ) ଏବଂ ଅଭିେଷକ (୫୫ ମିନିଟ) ଯଥାକ୍ରମେ ଦଳର ପ୍ରଥମ ଓ ଶେଷ ଗୋଲ୍ ଦେଇଥିଲେ। ଇଂଲଣ୍ଡ ପାଇଁ ଡାନିଏଲ ୱେଷ୍ଟ (୭ ମିନିଟ), ଜେମସ ଓଟ୍ସ ଦୁଇଟି (୩୯ ଓ ୪୨ ମିନିଟ) ଗୋଲ୍ ଦେଇଥିଲେ। ଗତଥରର ବିଜେତା ଅଷ୍ଟ୍ରେଲିଆ ୬-୧ରେ ଜାପାନକୁ ହରାଇ କାଂସ୍ୟ ପଦକ ଜିତି ନେଇଥିଲା ବେଳେ ନ୍ୟୁଜିଲାଣ୍ଡ୍କୁ ୬-୩ରେ ହରାଇ ମାଲେସିଆ ପଞ୍ଚମ ସ୍ଥାନ ପାଇଛି।
ଜୋହର କପ୍ କନିଷ୍ଠ ହକି, ଭାରତ ଉପବିଜେତା
/sambad/media/post_attachments/wp-content/uploads/2018/10/d48iip88_indian-hockey-team-_625x300_10_October_18.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)