ବିଶ୍ବକପ୍ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଭାରତ, ପ୍ରଥମେ ବ୍ୟାଟିଂ କରିବ ସ୍କଟଲାଣ୍ଡ

ନାମିବ୍ୟାକୁ ୫୨ରନରେ ହରାଇଲା ନ୍ୟୁଜିଲାଣ୍ଡ

ସାରଜା : ଦୁବାଇଠାରେ ଆଜି ଟି୨୦ ବିଶ୍ବକପ ଗ୍ରୁପ-୨ର ଏକ ମ୍ୟାଚ ଭାରତ ଓ ସ୍କଟଲାଣ୍ଡ ମଧ୍ୟରେ ଖେଳାଯ଼ାଉଛି । ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ।

ନାମିବ୍ୟାକୁ ୫୨ରନରେ ହରାଇଲା ନ୍ୟୁଜିଲାଣ୍ଡ

ଅନ୍ୟପକ୍ଷରେ ସାରଜାଠାରେ ଖେଳାଯ଼ାଇଥିବା ଆଜିର ମ୍ୟାଚରେ ନ୍ୟୁଜିଲାଣ୍ଡ ନାମିବ୍ୟାକୁ ୫୨ ରନରେ ପରାସ୍ତ କରିଛି ।
ଏହି ମ୍ୟାଚରେ ନାମିବ୍ୟା ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୬୩ରନ କରିଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଗ୍ଲେନ ଫିଲିପ୍ସ ୩୯ ରନ ଓ ନିସାମ ୩୫ ରନ କରିଥିଲେ । ସେହିପରି ଅଧିନାୟକ କେନ ଓ୍ବିଲିୟମସନ ୨୮ ଓ ଗୁପ୍ଟିଲ ୧୮ ରନ କରିଥିଲେ ।

 

୧୬୪ରନ ଲକ୍ଷ୍ୟର ପିଛା କରିବାକୁ ଯ଼ାଇ ନାମିବ୍ୟା ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୧୧ ରନ କରିବାକୁ ସକ୍ଷମ ହୋଇଥିଲା । ନାମିବ୍ୟାର ଦୁଇ ଓପନର ଷ୍ଟିଫେନ ବାର୍ଡ ଓ ମାଇକେଲ ଲିନଗେନ ପ୍ରଥମ ଓ୍ବିକେଟ ଯୋଡ଼ିରେ ୪୭ ରନ ଯ଼ୋଡ଼ିଥିଲେ ବି ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯ଼ୋଗୁଁ ରନଗତି ବଢାଇପାରିନଥିଲା । ବାର୍ଡ ୨୧ ଓ ଲିନଗେନ ୨୫ ରନ କରିଥିଲେ । ୪ର୍ଥ ନମ୍ବରରେ ଆସିଥିବା ଜେନ ଗ୍ରୀନ ୨୩ ରନ କରିଥିଲେ ।

 

ସମ୍ବନ୍ଧିତ ଖବର