କଟକ: ଏସିଆ ବଧିର କ୍ରିକେଟ ସଂଘ (ଏଡିସିଏ), ଭାରତୀୟ ବଧିର କ୍ରିକେଟ ସଂଘ (ଆଇଡିସିଏ) ଓ ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ମିଳିତ ସ‌ହଯୋଗରେ ବାରବାଟୀ ଷ୍ଟାଡି୍ୟମରେ ଚାଲିଥିବା ଏସିଆ କପ୍‌ ବଧିର କ୍ରିକେଟ୍‌ ପ୍ରତିଯୋଗିତାରେ ମଙ୍ଗଳବାର ଶେଷ ଲିଗ୍‌ ମ୍ୟାଚ୍‌ରେ ଭାରତ ୯ ଓ୍ବିକେଟରେ ନେପାଳକୁ ପରାସ୍ତ କରିଛି।

Advertisment

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନେପାଳ ୧୯.୨ ଓଭରରେ ୫୩ ରନ୍‌ରେ ଅଲ୍‌ଆଉଟ ହୋଇଥିଲା। ଭାରତ ପକ୍ଷରୁ ଓଡ଼ିଆ ପୁଅ ଶିବୁନ ନନ୍ଦଙ୍କ ସହ ଆକାଶ ସାଇନି ୨ଟି ଲେଖାଏଁ ୱିକେଟ ନେଇଥିଲେ। ଜବାବରେ ଭାରତ ୫.୧ ଓଭରରେ ଗୋଟିଏ ୱିକେଟ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଶିବୁନଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ଆହୁରି ପଢ଼ନ୍ତୁ: Mohan Charan Majhi: ମୁଖ୍ୟମନ୍ତ୍ରୀଙ୍କୁ ସମ୍ୱର୍ଦ୍ଧିତ କଲେ ଜନସାଧାରଣ

ପୁରସ୍କାର ବିତରଣ ଉତ୍ସବରେ ଏଡିସିଏ ଅଧ୍ୟକ୍ଷ ସୁମିତ ଜୈନ, ଓଡ଼ିଶା ବଧିର କ୍ରିକେଟ୍‌ ସଂଘ ମୁଖ୍ୟ କାର୍ଯ୍ୟନିର୍ବାହୀ ଶର୍ମିଳା ସୁବ୍ରମଣ୍ୟମ, ସଂପାଦକ ସାଗରକାନ୍ତ ସେନାପତି ଅତିଥି ଭାବେ ଯୋଗଦେଇଥିଲେ। ବୁଧବାର ପୂର୍ବାହ୍‌ଣ ୧୧ଟାରେ ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ।