୪ର୍ଥ ଟି-୨୦ : କାର୍ତ୍ତିକଙ୍କ କମାଲ ; ଦକ୍ଷିଣ ଆଫ୍ରିକା ଆଗରେ ୧୭୦ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ

ରାଜକୋଟ୍ : ରାଜକୋଟରେ ଖେଳାଯାଉଥିବା ୪ର୍ଥ ଟି-୨୦ରେ ଦକ୍ଷିଣ ଅଫ୍ରିକା ଆଗରେ ୧୭୦ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ । ଏହି ମ୍ୟାଚରେ ଦିନେଶ କାର୍ତ୍ତିକ ନିଜର ପୁରୁଣା ଫର୍ମ ଦେଖାଇଛନ୍ତି । ସେ ମାତ୍ର ୨୭ଟି ବଲ ଖେଳି ୫୫ରନ କରିବା ସହ ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ ।

ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । କିନ୍ତୁ ଆରମ୍ଭରୁ ୩ଟି ଓ୍ବିକେଟ ହରାଇ ଭାରତ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଋତୁରାଜ ଗାଇକ୍ବାଡ ୫ ରନରେ ଆଉଟ ହେବା ପରେ ଶ୍ରେୟସ ଆୟର ୪ ରନରେ ଆଉଟ ହୋଇଥିଲେ । ଇଶାନ କିଷନ ୨୭ ରନ କରିଥିବାବେଳେ ଋଷଭ ପନ୍ତ ମଧ୍ୟ ୧୭ ରନ କରି ଆଉଟ ହୋଇଥିଲେ ।

ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଦିନେଶ କାର୍ତ୍ତିକଙ୍କ ପାର୍ଟନରସିପ ବଳରେ ଭାରତ ଏକ ଲଢୁଆ ସ୍କୋର ଛିଡ଼ା କରିପାରିଥିଲା । ପାଣ୍ଡ୍ୟା ୪୬ ରନ କରିଥିଲେ । ଭାରତର ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୬୯ ରନ କରିଥିଲା ।

ସିରିଜ ଏବେ ୨-୧ରେ ଥିବାରୁ ଆଜିର ମ୍ୟାଚ ଜିତିବା ବି ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି । ସିରିଜ କବଜା କରିବାକୁ ଭାରତକୁ ଆଜିର ମ୍ୟାଚ ଓ ୫ମ ମ୍ୟାଚକୁ ଜିତିବାକୁ ହେବ ।

 

ସମ୍ବନ୍ଧିତ ଖବର