ଅହମଦାବାଦ : ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଇଂଲଣ୍ଡ ଟି-୨୦ ସିରିଜର ୪ର୍ଥ ମ୍ୟାଚରେ ଭାରତ ଇଂଲଣ୍ଡ ଆଗରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଛି ।
ଆଜି ଇଂଲଣ୍ଡ ଟସ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଭାରତର ଦୁଇ ଓପନର ରୋହିତ ଶର୍ମା (୧୨) ଓ କେଏଲ ରାହୁଲ(୧୪) ଶସ୍ତାରେ ଆଉଟ୍ ହେବା ପରେ ବ୍ୟାଟିଂ ଲାଗି ଆସିଥିବା ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୩୧ ବଲରେ ୫୭ ରନ କରିଥିଲେ । ଅନ୍ୟପକ୍ଷରେ ଅଧିନାୟକ ବିରାଟ କୋହଲି ମାତ୍ର ୧ ରନ କରି ଆଉଟ ହୋଇଥିବା ବେଳେ ଋଷଭ ପନ୍ତ ୩୦ ରନ୍ ଓ ଶ୍ରେୟସ ଆୟର ୩୭ ରନ ଯୋଗ କରିଥିଲେ । ଫଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୮୫ ରନ କରିଥିଲା ।
ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ୪ଟି, ଆଦିଲ ରସିଦ, ମାର୍କ ଉଡ, ବେନ ଷ୍ଟୋକ୍ସ ଓ ସାମ କୁରାନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
ଚଳିତ ସିରିଜରେ ଇଂଲଣ୍ଡ ୨ଟି ମ୍ୟାଚ ଜିତିଥିବାବେଳେ ଭାରତ ଗୋଟିଏ ମ୍ୟାଚ ଜିତିଛି । ଫଳରେ ସିରିଜରେ ଇଂଲଣ୍ଡ ୨-୧ରେ ଆଗୁଆ ରହିଛି । ସିରିଜ ହାତେଇବାକୁ ହେଲେ ଭାରତକୁ ଆଜିର ମ୍ୟାଚ ଜିତିବାକୁ ପଡ଼ିବ ।