୨ୟ ଟି-୨୦ : ଓ୍ବେଷ୍ଟଇଣ୍ଡିଜ ଆଗରେ ୧୮୭ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ

କୋଲକାତା : କୋଲକାତାର ଇଡେନ ଗାର୍ଡେନ୍ସଠାରେ ଆଜି ଖେଳାଯାଉଥିବା ୨ୟ ଟି-୨୦ରେ ଓ୍ବେଷ୍ଟଇଣ୍ଡିଜ ଆଗରେ ୧୮୭ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ ।

ଏହି ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୮୬ ରନ କରିଥିଲା । ଭାରତୀୟ ଦଳ ଆରମ୍ଭରୁ ଇଶାନ କିଷନଙ୍କ ଓ୍ବିକେଟ ହରାଇଥିଲେ ବି ପରେ ରୋହିତ ଶର୍ମା ଓ ବିରାଟ କୋହଲି ସତର୍କତାର ସହ ବ୍ୟାଟିଂ କରି ଦଳକୁ ବିପଦ ମୁକ୍ତ କରିଥିଲେ । ରୋହିତ ୧୯ରନ କରି ଆଉଟ ହୋଇଥିଲେ ବି ବିରାଟ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ଶେଷ ବେଳକୁ ଋଷଭ ପନ୍ତ ଓ ଭେଙ୍କଟେଶ ଆୟର ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୧୮୬ରେ ପହଞ୍ଚାଇଥିଲେ । ପନ୍ତ ୫୨ ରନ କରିଥିବାବେଳେ ଆୟର ୩୩ ରନ କରିଥିଲେ ।

ଭାରତ ଏବେ ସିରିଜରେ ୧-୦ରେ ଆଗୁଆ ରହିଛି । ଚଳିତ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ଇଣ୍ଡିଜକୁ ୬ ଓ୍ବିକେଟରେ ପରାସ୍ତ କରିଥିଲା । ଓ୍ବେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୧୫୭ ରନ କରିଥିବାବେଳେ ଭାରତ ୪ ଓ୍ବିକେଟ ହରାଇ ୧୬୨ ରନ କରି ମ୍ୟାଚ ଜିତିନେଇଥିଲା ।

 

 

ସମ୍ବନ୍ଧିତ ଖବର