ପ୍ରଥମ ଟି୨୦ : ଶ୍ରୀଲଙ୍କା ଆଗରେ ୨୦୦ ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ

ଲକ୍ଷ୍ନୌ : ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଭାରତ ଶ୍ରୀଲଙ୍କା ପ୍ରଥମ ଟି-୨୦ରେ ଭାରତ ଶ୍ରୀଲଙ୍କା ଆଗରେ ୨୦୦ ରନର ବିଜୟ ଲକ୍ଷ୍ୟ ରଖିଛି ।

ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ଟି ଓ୍ବିକେଟ ହରାଇ ୧୯୯ ରନ କରିଥିଲା । ଭାରତୀୟ ଓପନର ଇଶାନ କିଷନ ୫୬ ବଲରେ ବିସ୍ଫୋରକ ୮୯ କରିଥିଲେ । ସେହିପରି ଅଧିନାୟକ ରୋହିତ ଶର୍ମା ୪୪ ରନ କରିଥିବାବେଳେ ଶ୍ରେୟସ ଆୟର ଅପରାଜିତ ୫୭ ରନ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ଲାହିରୁ କୁମାରା ଓ ଦାସୁନ ସନକା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ନିକଟରେ ସମାପ୍ତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜକୁ କ୍ଲିନ ସ୍ପିପ କରି ଭାରତୀୟ ଦଳର ମନୋବଳ ଦୃଢ ରହିଛି । ଏହି ବିଜୟ ଧାରାକୁ ବଜାୟ ରଖିବାକୁ ଉଦ୍ୟମ କରିବ ଭାରତୀୟ ଦଳ ।

ସମ୍ବନ୍ଧିତ ଖବର