ଦୁବାଇ : ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଚାଲିଥିବା ଏସିଆ କପ ସୁପର-୪ର ଏକ ମ୍ୟାଚରେ ଶ୍ରୀଲଙ୍କା ଆଗରେ ୨୦୩ ରନର ଲକ୍ଷ୍ୟ ରଖିଛି ଭାରତ । ଏହି ମ୍ୟାଚରେ ପୁଣି ଥରେ ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା ।
ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୨୦୨ ରନ କରିଥିଲା । ଦଳ ପକ୍ଷରୁ ପୁଣି ଥରେ ଅଭିଷେକ ଶର୍ମା ବିସ୍ଫୋରକ ବ୍ୟାଟିଂ କରି ୬୧ ରନ କରିଥିଲେ । ସେ ମାତ୍ର ୩୧ଟି ବଲରେ ଏହି ସ୍କୋର କରିଥିଲେ । ସେହପରି ତିଳକ ବର୍ମା ୪୯ ରନ ଓ ସଂଜୁ ସାମସନ ୩୯ ରନ କରିଥିଲେ । ଅକ୍ଷର ପଟେଲ ୨୧ ରନ କରିବା ସହ ଶେଷ ବଲରେ ଛକା ମାରି ଦଳୀୟ ସ୍କୋରକୁ ୨୦୦ ସେପଟକୁ ନେଇଯାଇଥିଲେ ।
ଶ୍ରୀଲଙ୍କା ପକ୍ଷରୁ ମହିଷ ତିକସନା, ଦୁଷ୍ମନ୍ତ ଚାମିରା, ଓ୍ବାନିଣ୍ଡୁ ହସରଙ୍ଗା, ଦାସୁନ ସନକା ଓ ଚରିଥ ଅସଲଙ୍କା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/09/26/g1ymv_vwyaar7xx-2025-09-26-22-15-17.jpg)