୨ୟ ଦିନିକିଆ : ଇଣ୍ଡିଜ ଆଗରେ ୨୩୮ ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ

ଅହମଦାବାଦ : ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ୍ ୨ୟ ଦିନିକିଆରେ ଓ୍ବେଷ୍ଟଇଣ୍ଡିଜ ଆଗରେ ୨୩୮ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ବିକେଟ ହରାଇ  ୨୩୭ ରନ କରିଥିଲା ।

ଏହି ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ଦଳ ଆରମ୍ଭରୁ ଅଧିନାୟକ ରୋହିତ ଶର୍ମାଙ୍କୁ ମାତ୍ର ୫ ରନରେ ହରାଇଥିଲେ । ପରେ ଋଷଭ ପନ୍ତ ଓ ବିରାଟ କୋହଲି ୧୮ ରନ ଲେଖାଁ କରି ଆଉଟ ହୋଇଥିଲେ । ତେବେ କେ.ଏଲ୍. ରାହୁଲ ଓ ସୂର୍ଯ୍ୟକୁମାର ଯାଦବ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ରାହୁଲ ୪୯ ରନ କରି ଆଉଟ ହୋଇଥିବାବେଳେ ଯାଦବ ସର୍ବାଧିକ ୬୪ ରନ କରିଥିଲେ । ସେହିପରି ଦୀପକ ହୁଦା ୨୯ ଓ ଓ୍ବାସିଂଟନ ସୁନ୍ଦର ୨୪ ରନ କରିଥିଲେ । ଇଣ୍ଡିଜ ପକ୍ଷରୁ ଓଡିଆନ ସ୍ମିଥ ଓ ଅଲଜାରି ଜୋସେଫ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହି ସିରିଜର ପ୍ରଥମ ମ୍ୟାଚରେ ଭାରତ ଓ୍ବେଷ୍ଟ ଇଣ୍ଡିଜକୁ ୬ ଓ୍ବିକେଟରେ ପରାସ୍ତ କରିଥିଲା । ଫଳରେ ଭାରତ ଏହି ସିରିଜରେ ୧-୦ରେ ଆଗୁଆ ରହିଛି ।

ସମ୍ବନ୍ଧିତ ଖବର