ଜୋହାନ୍ସବର୍ଗ: ଜୋହାନ୍ସବର୍ଗର ଓ୍ବାଣ୍ଡର୍ସ ଷ୍ଟାଡିୟମଠାରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ୪ର୍ଥ ଟି-୨୦ରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ରନ ବର୍ଷା ଦେଖିବାକୁ ମିଳିଛି । ଭାରତର ଦୁଇ ବ୍ୟାଟ୍ସମ୍ୟାନ ସଂଜୁ ସାମସନ ଓ ତିକଳ ବର୍ମା ବିସ୍ଫୋରକ ବ୍ୟାଟିଂ କରି ଶତକ ହାସଲ କରିବା ସହ ଦକ୍ଷିଣ ଆଫ୍ରିକା ଆଗରେ ୨୮୪ ରନର ବିଳାଶ ଲକ୍ଷ୍ୟ ରଖିଛନ୍ତି ।
ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ସଂଜୁ ସାମସନ ଓ ଅଭିଷେକ ଶର୍ମା ବ୍ୟାଟିଂ ଓପନ କରିଥିଲେ । ଅଭିଷେକ ୩୬ ରନ କରି ଆଉଟ ହେବାପରେ ସଂଜୁ ଓ ତିଳକଙ୍କ ବିସ୍ଫୋରକ ବ୍ଯାଟିଂ ଦେଖିବାକୁ ମିଳିଥିଲା । ସଂଜୁ ୫୧ ବଲରେ ଶତକ ପୂରଣ କରିଥିବାବେଳେ ତିଳକ ମାତ୍ର ୪୧ ବଲର ଶତକ ପୂରଣ କରିଥିଲେ । ସଂଜୁ ଅପରାଜିତ ୧୦୯ ରନ କରିଥିବାବେଳେ ତିଳକ ଅପରାଜିତ ୧୨୦ ରନ କରିଥିଲେ ।ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨୮୩ ରନ କରିଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ଏକମାତ୍ର ଓ୍ବିକେଟ ଲୁଥୋ ସିପାମଲା ନେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/11/15/m52ADM24CePflmWojqEp.jpg)