ଦ୍ୱିତୀୟ ଦିନିକିଆ: ନ୍ୟୁଜିଲାଣ୍ଡକୁ ୩୨୫ରନ୍‌ର ଲକ୍ଷ୍ୟ

ମାଉଣ୍ଟ୍‌ ମେଙ୍ଗନୁଇ (ନ୍ୟୁଜିଲାଣ୍ଡ୍‌): ଭାରତ ଏବଂ ନ୍ୟୁଜିଲାଣ୍ଡ୍‌ ମଧ୍ୟରେ ମାଉଣ୍ଟ୍‌ ମେଙ୍ଗନୁଇର ବେ ଓଭାଲ ଠାରେ ଚାଲିଥିବା ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଦ୍ଵିତୀୟ ମ୍ୟାଚ୍‌ ରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ସମ୍ମୁଖରେ ୩୨୫ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଟସ୍‌ ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଅଧିନାୟକ କୋହଲିଙ୍କ ନିଷ୍ପତ୍ତିକୁ ଠିକ୍‌ ପ୍ରମାଣିତ୍‌ କରି ଭାରତର ଦୁଇ ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଓ ଶିଖର ଧାଓ୍ଵନ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ଶିଖର ଧାଓ୍ଵନ ୬୭ଟି ବଲ ଖେଳି ୯ଟି ଚୌକା ସହାୟତାରେ ୬୬ରନ୍‌ ଓ ରୋହିତ ଶର୍ମା ୮୭ରନ୍‌ରେ ଆଉଟ ହୋଇ ପାଭିଲିୟନକୁ ଫେରବା ପ;ର ଭାରତର ରନ୍‌ ସଂଗ୍ରହର ଗତି ଆଶନୁରୂପ ହୋଇ ନ ଥିଲା।। ବିରାଟ କୋହଲି (୪ରନ) ଓ ଅମ୍ବାତି ରାଇଡ(୪୭ରନ) ପରେ ଶେଷ ଓଭରରେ ମହେନ୍ଦ୍ର ସିଂହ ଧୋନୀ ଓ କେଦାର ଯାଦବଙ୍କ ବ୍ୟାଟିଂ ଯୋଗୁଁ ଭାରତର ନିର୍ଦ୍ଧାରିତ ୫୦ ଓଭରରେ ୪ ଓ୍ଵିକେଟ ହରାଇ ୩୨୪ ରନ୍‌ ସଂଗଅହ କରିଛି।
ଭାରତୀୟ ଦଳ: ରୋହିତ ଶର୍ମା, ଶିଖର ଧାଓ୍ଵନ, ବିରାଟ କୋହଲି, ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ, ଅମ୍ବାତି ରାଇଡୁ, ବିଜୟ ଶଙ୍କର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର ଓ ମହମ୍ମଦ ସାମି।
ନ୍ୟୁଜିଲାଣ୍ଡ ଟିମ୍‌- ମାର୍ଟିନ ଗୁପ୍‌ଟିଲ, କଲିନ୍‌ ମୁନ୍‌ରୋ, କେନ ଓ୍ଵିଲୟମସନ, ରୋଜ ଟେଲର, ଟମ୍‌ ଲାଥମ, ହେନେରୀ ନିକୋଲାସ, କଲିନ ଡି ଗ୍ରାମହୋମ, ଡଉ୍‌ ବ୍ରେସେଓ୍ଵଲ,ଇଶ ସୋଧି, ଲୋକି ଫର୍ଗୁସନ, ଟ୍ରେଣ୍ଟ ବୋଲ୍ଟ।

ସମ୍ବନ୍ଧିତ ଖବର