ରୋହିତ, ରାଇଡୁଙ୍କ ଶତକ, ଇଣ୍ଡିଜ ଆଗରେ ୩୭୮ ରନର ବିଶାଳ ଲକ୍ଷ୍ୟ ରଖିଲା ଭାରତ

ମୁମ୍ବାଇ : ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମଠାରେ ଚାଲିଥିବା ଭାରତ-େଓ୍ଵଷ୍ଟଇଣ୍ଡିଜ ୪ର୍ଥ ଦିନିକିଆରେ ଭାରତ ପ୍ରଥମେ ବ୍ୟାଟିଂ କରି ଇଣ୍ଡିଜ ଆଗରେ ୩୭୮ରନର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ରୋହିତ ଶର୍ମା ଓ ଅମ୍ବାତି ରାଇଡୁଙ୍କ ଶତକ ବଳରେ ଭାରତ ଏହି ବିଶାଳ ସ୍କୋର ଛିଡା କରିବାକୁ ସକ୍ଷମ ହୋଇପାରିଛି ।

ଆଜି ଭାରତର ଅଧିନାୟକ ବିରାଟ କୋହଲି ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧବନ ଭାରତକୁ ଏକ ଦୃଢ ମୂଳଦୂଆ ଦେଇଥିଲେ । ତେବେ ଦଳୀୟ ସ୍କୋର ୭୧ ହୋଇଥିବାବେଳେ ଧବନ ୩୮ ରନ କରି କିମୋ ପଲଙ୍କ ବଲରେ ପାେଓ୍ଵଲଙ୍କ ହାତରେ ଧରାପଡିଥିଲେ । ସେହିପରି ଅଧିନାୟକ ବିରାଟ କୋହଲୀ ମଧ୍ୟ ମାତ୍ର ୧୬ ରନ କରି ଆଉଟ ହୋଇଥିଲେ । ସେ ରୋଚଙ୍କ ବଲରେ ସାଇ ହୋପେଙ୍କ ହାତରେ ଧରା ପଡିଥିଲେ । ଅନ୍ୟପକ୍ଷରେ ଓପନର ରୋହିତ ଶର୍ମା ସତର୍କତାର ସହ ବ୍ୟାଟିଂ କରି ମାତ୍ର ୧୦୨ ବଲରେ ନିଜର ଶତକ ପୂରଣ କରିଥିଲେ । ସେ ୧୩୭ ବଲ ଖେଳି ମୋଟ ୧୬୨ ରନ କରିଥିଲେ । ଅନ୍ୟପକ୍ଷରେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଅମ୍ବାତି ରାଇଡୁ ମଧ୍ୟ ମାତ୍ର ୮୧ ବଲରେ ୧୦୦ ରନ କରିଥିଲେ । ଏହା ଫଳରେ ଭାରତ ୫୦ ଓଭରରେ ୫ ଓ୍ଵିକେଟ ହରାଇ ୩୭୭ ରନ ସଂଗ୍ରହ କରିଛି ।

ସମ୍ବନ୍ଧିତ ଖବର