ବନ୍ଧୁକଚାଳନା ବିଶ୍ବକପ୍‌ ଭାରତ ନିରାଶ

ନୂଆଦିଲ୍ଲୀ: ଏଠାରେ ଚାଲିଥିବା ବନ୍ଧୁକଚାଳନା ବିଶ୍ବକପ୍‌ରେ ଭାରତୀୟ ପ୍ରତି‌ଯୋଗୀ ପୁରୁଷ ୧୦ ମିଟର ଏୟାର ରାଇଫଲ୍‌ ବର୍ଗରେ ଫାଇନାଲ୍‌ ପହଞ୍ଚିବାରେ ବିଫଳ ହୋଇଛନ୍ତି। ଏହି ‌ଦୌଡ଼ରେ ରହିଥିବା ୩ ଭାରତୀୟଙ୍କ ମଧ୍ୟରୁ ଦିବ୍ୟାଂଶ ସିଂହ ପନ୍‌ୱାର, ରବି କୁମାର ଓ ଦୀପକ୍‌ କୁମାର ଯଥାକ୍ରମେ ଦ୍ବାଦଶ, ଚତୁର୍ଦଶ ଓ ୩୪ତମ ସ୍ଥାନରେ ରହି ନିରାଶ କରିଥିଲେ। ଯୋଗ୍ୟତାପର୍ଯ୍ୟାୟରେ ଦିବ୍ୟାଂଶ ୬୨୭.୨, ବିଶ୍ବକପ୍‌ ପଦକ ବିଜେତା ରବି ୬୨୭ ଏବଂ ଦୀପକ୍‌ ୬-୨୪.୩ ସ୍କୋର୍‌ କରିଥିଲେ। ଫଳରେ ଏହି ୩ ଜଣଙ୍କୁ ‌ଆଗାମୀ ଟୋକିଓ ଅଲିମ୍ପିକ୍ ଟିକେଟ୍‌ ପାଇଁ ଏବେ ପରବର୍ତୀ ବିଶ୍ବକପ୍‌ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର