ଜୋହାନେସବର୍ଗ: ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଶିଖର ଧାଓ୍ଵନ(୭୨)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦକ୍ଷିଣ ଆଫ୍ରିକାକୁ ରବିବାର ୨୦୪ ରନ୍‌ ଟାର୍ଗେଟ ମିଳିଛି। ଦକ୍ଷିଣ ଆଫ୍ରିକା ଟସ୍‌ ଜିଣି ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଛି। ଜୋହାନେସବର୍ଗର ଓ୍ଵାଣ୍ଡରର୍ସ ଷ୍ଟାଡିୟମରେ ୩ଟି ଟି-୨୦ ବିଶିଶ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ଓ୍ଵିକେଟ ହରାଇ ୨୦୩ ରନ୍‌ ସଂଗ୍ରହ କରିଛି।

Advertisment

publive-image

ଭାରତ ୨୩ ରନ୍‌ରେ ପ୍ରଥମ ଓ୍ଵକେଟ ଭାବରେ ରୋହିତ ଶର୍ମା(୨୧)ଙ୍କୁ ହରାଇଥିଲା। ୪୯ ରନ୍‌ରେ ଦକ୍ଷିଣ ଆଫ୍ରିକାର ୨ୟ ଶିକାର ହୋଇଥିଲେ ସୁରେଶ ରୈନା(୧୫)। ସେହିଭଳି ୩ୟ ଓ୍ଵିକେଟରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି(୨୬) ଆଉଟ୍‌ ହେବା ବେଳକୁ ଦଳର ସ୍କୋର ୧୦୮ ରନ୍‌ ଥିଲା। ୧୫୫ ରନ୍‌ରେ ୪ର୍ଥ ଓ୍ଵିକେଟ୍‌ରେ ଶିଖର ଧାଓ୍ଵନ ଓ ୧୮୩ ରନ୍‌ରେ ୫ମ ଓ୍ଵିକେଟ୍‌ରେ ମହେନ୍ଦ୍ର ସିଂହ ଧୋନି(୧୬) ପାଭଲିଅନ୍‌ ଫେରିଥିଲେ। ମନିଷ ପାଣ୍ଡେ ଅପରାଜିତ ୨୯ ରନ୍‌ ଓ ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୧୩ ରନ୍‌ ସଂଗ୍ରହ କରିଥିଲେ।