ପ୍ରଥମ ଟି-୨୦ରେ ୫ଟି ଓ୍ଵିକେଟ୍‌ ନେଇ ଷ୍ଟାର ହେଲେ ଭୁବନେଶ୍ୱର କୁମାର, ୨୮ ରନ୍‌ରେ ଦକ୍ଷିଣ ଆଫ୍ରିକା ପରାସ୍ତ

୩ଟି ଟି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଭାରତ ୧-୦ ଆଗରେ

ଜୋହାନେସବର୍ଗ: ପ୍ରଥମ ଟି-୨୦ରେ ଭୁବନେଶ୍ୱର କୁମାର ଷ୍ଟାର ହିରୋର ପରିଚୟ ଦେଇଛନ୍ତି। ୫ଟି ଓ୍ଵିକେଟ୍‌ ନେଇ ସେ ଦକ୍ଷିଣ ଆଫ୍ରିକାକୁ ବିପର୍ଯ୍ୟୟ ଆଡ଼କୁ ଠେଲି ଦେଇଛନ୍ତି। ଭୁବନେଶ୍ୱର କୁମାର ଓପନର୍‌ ଜେଜେ ସୁମଟସ୍‌(୧୪) ଓ ରିଜଜା ହେଣ୍ଡରିକ୍‌(୭୦), ଜେପି ଡୁମିନି(୩), ହେନ୍‌ରିଚ କାଲସେନ(୧୬) ଓ କ୍ରିସ ମୋରିସ(୦)ଙ୍କୁ ପାଭଲିଅନ୍‌ ଫେରାଇ ଦେଇଥିଲେ।

 

୨୦୪ ରନ୍‌ ବିଜୟ ଲକ୍ଷ୍ୟ ନେଇ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୯ଟି ଓ୍ଵିକେଟ ହରାଇ ୧୭୫ ରନ୍‌ ସଂଗ୍ରହ କରିପାରିଛି। ୨୮ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଭାରତ ୩ଟି ଟି-୨୦ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ଲାଭ କରିଛି। ଦକ୍ଷିଣ ଆଫ୍ରିକା ୨୯ ରନ୍‌ରେ ପ୍ରଥମ, ୩୮ ରନ୍‌ରେ ୨ୟ, ୪୮ ରନ୍‌ରେ ୩ୟ, ୧୨୯ ରନ୍‌ରେ ୪ର୍ଥ, ୧୫୪ ରନ୍‌ରେ ୫ମ, ୧୫୮ ରନ୍‌ରେ ୬ଷ୍ଠ ଓ ୭ମ, ୧୫୯ ରନ୍‌ରେ ୮ମ, ୧୭୫ ରନ୍‌ରେ ୯ମ ଓ୍ଵିକେଟ୍‌ ହରାଇଥିଲା।

ପୂର୍ବରୁ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଶିଖର ଧାଓ୍ଵନ(୭୨)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦକ୍ଷିଣ ଆଫ୍ରିକାକୁ ରବିବାର ୨୦୪ ରନ୍‌ ଟାର୍ଗେଟ ମିଳିଥିଲା। ଦକ୍ଷିଣ ଆଫ୍ରିକା ଟସ୍‌ ଜିଣି ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ ପାଇଁ ନିମନ୍ତ୍ରଣ ମିଳିଥିଲା। ଜୋହାନେସବର୍ଗର ଓ୍ଵାଣ୍ଡରର୍ସ ଷ୍ଟାଡିୟମରେ ୩ଟି ଟି-୨୦ ବିଶିଶ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ଓ୍ଵିକେଟ ହରାଇ ୨୦୩ ରନ୍‌ ସଂଗ୍ରହ କରିଥିଲା।

ଭାରତ ୨୩ ରନ୍‌ରେ ପ୍ରଥମ ଓ୍ଵକେଟ ଭାବରେ ରୋହିତ ଶର୍ମା(୨୧)ଙ୍କୁ ହରାଇଥିଲା। ୪୯ ରନ୍‌ରେ ଦକ୍ଷିଣ ଆଫ୍ରିକାର ୨ୟ ଶିକାର ହୋଇଥିଲେ ସୁରେଶ ରୈନା(୧୫)। ସେହିଭଳି ୩ୟ ଓ୍ଵିକେଟରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି(୨୬) ଆଉଟ୍‌ ହେବା ବେଳକୁ ଦଳର ସ୍କୋର ୧୦୮ ରନ୍‌ ଥିଲା। ୧୫୫ ରନ୍‌ରେ ୪ର୍ଥ ଓ୍ଵିକେଟ୍‌ରେ ଶିଖର ଧାଓ୍ଵନ ଓ ୧୮୩ ରନ୍‌ରେ ୫ମ ଓ୍ଵିକେଟ୍‌ରେ ମହେନ୍ଦ୍ର ସିଂହ ଧୋନି(୧୬) ପାଭଲିଅନ୍‌ ଫେରିଥିଲେ। ମନିଷ ପାଣ୍ଡେ ଅପରାଜିତ ୨୯ ରନ୍‌ ଓ ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୧୩ ରନ୍‌ ସଂଗ୍ରହ କରିଥିଲେ।

ସମ୍ବନ୍ଧିତ ଖବର