ସେଞ୍ଚୁରିଅନ୍: ଭାରତୀୟ ଖେଳାଳିମାନେ ରବିବାର ସେଞ୍ଚୁରିଅନ୍ର ସୁପର ସ୍ପୋଟସ୍ର୍ ପାର୍କ ଷ୍ଟାଡ଼ିୟମରେ ସ୍ମରଣୀୟ ପ୍ରଦର୍ଶନ କରିଛନ୍ତି। ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇ ଭାରତ ଦମ୍ଦାର ବୋଲିଂ କରିଥିବା ବେଳେ ଦଳର ବ୍ୟାଟସ୍ମ୍ୟାନ୍ମାନେ ମଧ୍ୟ ବଳ କଷି ସଫଳ ହୋଇଛନ୍ତି। ଦକ୍ଷିଣ ଆଫ୍ରିକାର କାଗିସୋ ରାବଡ଼ାଙ୍କ ବଲ ମର୍ଣ୍ଣ ମର୍କେଲଙ୍କୁ କ୍ୟାଚ୍ ଦେଇ ରୋହିତ ଶର୍ମା(୧୫) ପାଭଲିଅନ୍ ଫେରିଥିଲେ। ସେତେବେଳକୁ ଭାରତର ସ୍କୋର ୨୬ ରନ୍ ଥିଲା। ରୋହିତଙ୍କ ପରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି(ଅପରାଜିତ ୪୬) ପଡ଼ିଆକୁ ଆସିଥିଲେ। ଅନ୍ୟତମ ଓପନର ଶିଖର ଧାଓ୍ଵନ(ଅପରାଜିତ ୫୧) ଦିନିକିଆ କ୍ୟାରିୟରର ୨୪ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ୧୧୯ ରନ୍ ବିଜୟ ଲକ୍ଷ୍ୟ ନେଇ ୨ୟ ଇନିଂସରେ ୨୦.୩ ଓଭର ଖେଳି ୯ଟି ଓ୍ଵିକେଟରେ ଭାରତ ୧୧୯ ରନ୍ ସଂଗ୍ରହ କରିଛି। ୨ୟ ଦିନିକିଆରେ ଭାରତ ଶୃଙ୍ଖଳାର ୨-୦ରେ ଆଗରେ ରହିଛି। ପୂର୍ବରୁ ଭାରତ ଡରବାନ ଦିନିକିଆରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟୀ ହୋଇଥିଲା।
ଭାରତୀୟ ବୋଲିଂରେ ଯୁବବେନ୍ଦ୍ର ଚହଲ(୫ଓ୍ଵିକେଟ) ଓ କୁଳଦୀପ ଯାଦବ(୩ଓ୍ଵିକେଟ୍)ଙ୍କ ବୋଲିଂ ପ୍ରଦର୍ଶନ ବଳରେ ଦକ୍ଷିଣ ଆଫ୍ରିକା ୩୨.୨ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ୧୧୮ ରନ୍ ସଂଗ୍ରହ କରିଥିଲା।
ଦକ୍ଷିଣ ଆଫ୍ରିକା ୧୨ ରନ୍ରେ ୪ଟି ଓ୍ଵିକେଟ(ପ୍ରଥମ, ୨ୟ, ୩ୟ ଓ ୪ର୍ଥ) ହରାଇଥିବା ବେଳେ ୧୮ ରନ୍ରେ ପରବର୍ତ୍ତି ୪ଟି ଓ୍ଵିକେଟ ହାରଇଛି। ୯୯ ରନ୍ରେ ୫ମ ଓ୍ଵିକେଟ ଭାବରେ ଖାୟା ଜୁଣ୍ଡୋ(୨୫), ୧୦୭ ରନ୍ରେ ୬ଷ୍ଠ ଓ୍ଵିକେଟ୍ରେ ଜେପି ଡୁମିନି(୨୫), ୧୧୦ ରନ୍ରେ ୭ମ ଓ୍ଵିକେଟରେ କାଗିସୋ ରାବଡ଼ା(୧) ଓ ୧୧୭ ରନ୍ରେ ମର୍ଣ୍ଣ ମର୍କେଲ(୧) ପାଭଲିଅନ୍ ଫେରିଥିଲେ। ସେହିପରି ଚହଲଙ୍କ ବଲ ଭୁବନେଶ୍ୱର କୁମାରଙ୍କୁ କ୍ୟାଚ୍ ଦେଇ କ୍ରିସ ମୋରିସ(୧୪) ପାଭଲିଅନ ଫେରିଛନ୍ତି।
/sambad/media/post_attachments/wp-content/uploads/2018/02/team-india1-2-300x185.jpg)
ଚହଲଙ୍କ ବଲରେ ଡୁମିନି ଏଲବିଡବ୍ଲୁ ହୋଇଥିବା ବେଳେ କୁଳଦୀପ ଯାଦବଙ୍କ ବଲ ଆଜିଙ୍କ୍ୟ ରାହାଣେଙ୍କୁ କ୍ୟାଚ୍ ଦେଇଥିଲେ ଡାଭିଡ଼ ମିଲର। ସେହିପରି ଚହଲଙ୍କ ବଲ ପାଣ୍ଡ୍ୟାଙ୍କୁ କ୍ୟାଚ୍ ଦେଇଥିଲେ ଜୁଣ୍ଡୋ। କୁଳଦୀପ ଯାଦବଙ୍କ ବଲରେ ରାବଡ଼ା ବୋଲ୍ଡ ହୋଇଥିବା ବେଳେ ଯଶପ୍ରିତ ବୁମରାଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ ଇମରାନ ତାହିର(୭)।
ପୂର୍ବରୁ ଦକ୍ଷିଣ ଆଫ୍ରିକା ଓପନର ବ୍ୟାଟ୍ସମ୍ୟାନ୍ ହାସିମ୍ ଆମଲା ୨୩ ରନ୍ ସଂଗ୍ରହ ପରେ ପାଭଲିଅନ୍ ଫେରିଯାଇଥିଲେ। ଦକ୍ଷିଣ ଆଫ୍ରିକା ୩୯ ରନ୍ରେ ତା’ର ପ୍ରଥମ ଓ୍ଵିକେଟ୍ ହରାଇଛି। ଛଅ ମ୍ୟାଚ୍ ବିଶିଷ୍ଟ ଦିନିକିଆର ୨ୟ ମୁକାବିଲା ଭାରତର ୨ୟ ଶିକାର ହୋଇଥିଲେ କ୍ୱାଣ୍ଟନ୍ ଡି କକ୍(୨୦)। ସେ ଯୁଜବେନ୍ଦ୍ର ଚହଲଙ୍କ ବଲ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାଚ୍ ଦେଇଥିଲେ। ଭୁବନେଶ୍ୱର କୁମାରଙ୍କ ବଲ ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାଚ୍ ଦେଇ ପାଭଲିଅନ୍ ଫେରିଥିଲେ। ୫୧ ରନ୍ରେ ଦକ୍ଷିଣ ଆଫ୍ରିକାର ୨ୟ ଓ ୩ୟ ଓ୍ଵିକେଟ୍ର ପତନ ଘଟିଥିଲା। ଡି କକ୍ଙ୍କ ଆଉଟ୍ ହେବା ପରେ ଆଡ଼ମ ମାର୍କମ(୮) ମଧ୍ୟ କୁଳଦୀପ ଯାଦବଙ୍କ ବଲକୁ ବିଫଳ ଭାବରେ ଖେଳି ଭୁବନେଶ୍ୱରଙ୍କୁ କ୍ୟାଚ୍ ଦେଇଥିଲେ।
ଟସ୍ ଜିଣି ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ୧୨ ରନ୍ ଭିତରେ ଆଫ୍ରିକା ୩ଟି ମୂଲ୍ୟବାନ ଓ୍ଵିକେଟ ହରାଇବା ପରେ ଦଳର ସ୍କୋର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରି ନଥିଲା। ୪ର୍ଥ ଓ୍ଵିକେଟରେ କୁଳଦୀପଙ୍କ ଦ୍ୱାରା ଡାଭିଡ଼ ମିଲର(୦) ଆଉଟ୍ ହୋଇ ପାଭଲିଅନ ଫେରିଥିଲେ। ସେ ଆଜିଙ୍କ୍ୟ ରାହାଣେଙ୍କୁ କ୍ୟାଚ୍ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/yuj-new_1517739659.jpg)