ଭାରତ-ଦ. ଆଫ୍ରିକା ୨ୟ ଦିନିକିଆ: ଦକ୍ଷିଣ ଆଫ୍ରିକାର ବିପର୍ଯ୍ୟୟ ବ୍ୟାଟିଂ, ସ୍କୋର ୪/୫୩

ସେଞ୍ଚୁରିଅନ୍‌: ଦକ୍ଷିଣ ଆଫ୍ରିକା ଓପନର ବ୍ୟାଟ୍‌ସମ୍ୟାନ୍‌ ହାସିମ୍‌ ଆମଲା ୨୩ ରନ୍‌ ସଂଗ୍ରହ ପରେ ପାଭଲିଅନ୍‌ ଫେରିଛନ୍ତି। ଏଥି ସହିତ ଦଳ ୩୯ ରନ୍‌ରେ ତା’ର ପ୍ରଥମ ଓ୍ଵିକେଟ୍‌ ହରାଇଛି। ଛଅ ମ୍ୟାଚ୍‌ ବିଶିଷ୍ଟ ଦିନିକିଆର ୨ୟ ମୁକାବିଲା ସେଞ୍ଚୁରିଅନ୍‌ର ସୁପର ସ୍ପୋଟସ୍‌ର୍ ପାର୍କ ଷ୍ଟାଡ଼ିୟମରେ ଖେଳ ଜାରି ରହିଛି।

ଭାରତର ୨ୟ ଶିକାର ହୋଇଛନ୍ତି କ୍ୱାଣ୍ଟନ୍‌ ଡି କକ୍‌(୨୦)। ସେ ଯୁଜବେନ୍ଦ୍ର ଚହଲଙ୍କ ବଲ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାଚ୍‌ ଦେଇଛନ୍ତି। ଭୁବନେଶ୍ୱର କୁମାରଙ୍କ ବଲ ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାଚ୍‌ ଦେଇ ପାଭଲିଅନ୍‌ ଫେରିଛନ୍ତି। ୫୧ ରନ୍‌ରେ ଦକ୍ଷିଣ ଆଫ୍ରିକାର ୨ୟ ଓ ୩ୟ ଓ୍ଵିକେଟ୍‌ର ପତନ ଘଟିଛି। ଡି କକ୍‌ଙ୍କ ଆଉଟ୍‌ ହେବା ପରେ ଆଡ଼ମ ମାର୍କମ(୮) ମଧ୍ୟ କୁଳଦୀପ ଯାଦବଙ୍କ ବଲକୁ ବିଫଳ ଭାବରେ ଖେଳି ଭୁବନେଶ୍ୱରଙ୍କୁ କ୍ୟାଚ୍‌ ଦେଇଛନ୍ତି।

ଟସ୍‌ ଜିଣି ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ଜାରି ରଖିଛି। ମାତ୍ର ୧୨ ରନ୍‌ ଭିତରେ ଆଫ୍ରିକା ୩ଟି ମୂଲ୍ୟବାନ ଓ୍ଵିକେଟ ହରାଇଛି। ୪ର୍ଥ ଓ୍ଵିକେଟରେ କୁଳଦୀପଙ୍କ ଦ୍ୱାରା ଡାଭିଡ଼ ମିଲର(୦) ଆଉଟ୍‌ ହୋଇ ପାଭଲିଅନ ଫେରିଛନ୍ତି। ସେ ଆଜିଙ୍କ୍ୟ ରାହାଣେଙ୍କୁ କ୍ୟାଚ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର