୩ୟ ଟି-୨୦: କେପ୍‌ଟାଉନ୍‌ରେ ଭାରତୀୟ ଟିମ୍‌ର ବିଜୟ ଆଶା, ଚାପରେ ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ: କେପ୍‌ଟାଉନ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଶନିବାର ରାତି ୯ଟା ୩୦ରୁ ଖେଳ ଆରମ୍ଭ ହେବାକୁ ଥିବା ଫାଇନାଲ ମୁକାବିଲାରେ ଟିମ୍‌ ଇଣ୍ଡିଆ ଶୃଙ୍ଖଳା ବିଜୟୀ ହେବାକୁ ଆଶା କରୁଥିବା ବେଳେ ଦକ୍ଷିଣ ଆଫ୍ରିକା ଚାପରେ ପଡ଼ିଛି। ୩ଟି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଭାରତ ପ୍ରଥମ ଟି-୨୦ରେ ବିଜୟୀ ହୋଇଥିଲା। ୨ୟ ମୁକାବିଲାରେ ଯଦିଓ ଦକ୍ଷିଣ ଆଫ୍ରିକା ଜିତିଛି, ତଥାପି ୩ୟ ମୁକାବିଲାକୁ ନିଜର ନାମରେ କରିବାକୁ ବିରାଟ କୋହଲିଙ୍କ ବାହିନୀ ଉଦ୍ୟମ କରିବ। ଭାରତୀୟ ବ୍ୟାଟ୍ସମ୍ୟାନମାନେ ଦିନିକିଆରେ ବିଜୟୀ ହେବା ପରେ ଟି-୨୦ରେ ବିଜୟୀ ହେବା ପ୍ରକ୍ରିୟାକୁ ଜାରି ରଖିବାକୁ ଉଦ୍ୟମ କରିବେ ବୋଲି ଆଶା କରାଯାଉଛି।

ଶୃଙ୍ଖଳା ବିଜୟ ପାଇଁ ଉଭୟ ଟିମ୍‌ ମଧ୍ୟରେ ପ୍ରବଳ ଟକ୍କର ହେବ। ଶୃଙ୍ଖଳା ଏପର୍ଯ୍ୟନ୍ତ ୧-୧ରେ ରହିଛି। ଆଜିର ମ୍ୟାଚ ପରେ କିଏ ହେବ ବିଜେତା ତାହା ନିଷ୍ପତ୍ତି ହେବ। ବିରାଟ କୋହଲିଙ୍କ ନେତୃତ୍ୱରେ ଉପର କ୍ରମରେ ଖେଳୁଥିବା ଖେଳାଳିମାନେ ଭଲ ପ୍ରଦର୍ଶନ କରିଛନ୍ତି। ଶିଖର ଧାଓ୍ଵନ, ବିରାଟ କୋହଲିଙ୍କ ପ୍ରଦର୍ଶନ ପ୍ରଶଂସନୀୟ ଥିବା ବେଳେ ୨ୟ ମ୍ୟାଚରେ ମଧ୍ୟ କ୍ରମର ବ୍ୟାଟ୍ସମ୍ୟାନମାନେ ସ୍ମରଣୀୟ ଇନିଂସ ଖେଳିଥିଲେ। ସୁରେଶ ରୈନା ମଧ୍ୟ ଭଲ ଖେଳିଥିଲେ।

ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କର ନଜର ରହିବ। କାରଣ କୋହଲି ପ୍ରତି ମ୍ୟାଚ୍‌ରେ ଭଲ ଖେଳିଛନ୍ତି। ସେ ଟି-୨୦ ଇଣ୍ଟରନ୍ୟାସନାଲରେ ୨୦୦୦ ରନ୍‌ ପୂରା କରିବାକୁ ୨୦ରୁ କମ୍‌ ରନ୍‌ ଦରକାର କରୁଛନ୍ତି।

ବୋଲରଙ୍କ ଚିନ୍ତା ଯଦି କରିବା, ଭୁବନେଶ୍ୱର କୁମାର, ଶାର୍ଦ୍ଦୁଲ ଠାକୁର, ଜୟଦେବ ଉନାଦକଟ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଯୁଜବେନ୍ଦ୍ର ଚହଲ ଭଳି ଖେଳାଳି ଅଛନ୍ତି। ଏମାନେ ଆଫ୍ରିକାର ବ୍ୟାଟ୍ସମ୍ୟାନ୍‌ଙ୍କୁ ଯେକୌଣସି ପରିସ୍ଥିତିରେ ବିପର୍ଯ୍ୟୟ ଆଡ଼କୁ ଠେଲି ଦେଇପାରିବେ।

 

ସମ୍ବନ୍ଧିତ ଖବର