ଜୋହାନେସବର୍ଗ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ୩ଟି ଦିନିକିଆରେ ଅଦ୍ଭୁତପୂର୍ଣ୍ଣ ବିଜୟ ହାସଲ କରିବା ପରେ ଟିମ୍ ଇଣ୍ଡିଆର ଅଧିନାୟକ କୋହଲିଙ୍କ ବିରାଟ ବାହିନୀ ୬ଟି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ନିଜର ନାମରେ କରିବାକୁ ଲକ୍ଷ୍ୟ ରଖିଛି। ଜୋହାନେସବର୍ଗରେ ୪ର୍ଥ ଦିନିକିଆରେ ଟସ୍ ଜିଣି ଭାରତ ପ୍ରଥମେ ବ୍ୟାଟିଂ କରି ୩୪.୨ ଓଭରରେ ୨ଟି ଓ୍ଵିକେଟ ହରାଇ ୨୦୦ ରନ୍ ପୂରା କରିଛି। ବଜ୍ରପାତ ଯୋଗୁଁ ମ୍ୟାଚ୍ ଅଟକିଛି।
/sambad/media/post_attachments/wp-content/uploads/2018/02/11-Virat-Kohli-300x200.jpg)
ଜୋହାନେସବର୍ଗର ଓ୍ଵାଣ୍ଡର୍ସ ଷ୍ଟାଡିୟମରେ ଶନିବାର ଦକ୍ଷିଣ ଆଫ୍ରିକାର ପ୍ରଥମ ଶିକାର ହୋଇଥିଲେ ରୋହିତ ଶର୍ମା(୫)। ସେ ରାବାଡ଼ାଙ୍କ ଦ୍ୱାରା ବଲରେ କ୍ୟାଚ୍ ହୋଇଥିଲେ। ସେତେବେଳକୁ ଦଳର ସ୍କୋର ୩.୬ଓଭରରେ ମାତ୍ର ୨୦ ରନ୍ ଥିଲା। ଭାତର ୨ୟ ଓ୍ଵିକେଟ ଭାବରେ ବିରାଟ କୋହଲିଙ୍କୁ ହରାଇଥିଲା। ଦଳୀୟ ସ୍କୋର ୩୧.୧ଓଭରେ ୧୭୮ରନ୍ ଥିବା ବେଳେ ବିରାଟ କୋହଲି(୭୫) କ୍ରିସ ମୋରିସଙ୍କ ବଲ ଡାଭିଡ ମିଲରଙ୍କୁ କ୍ୟାଚ ଦେଇଥିଲେ। ମ୍ୟାଚ୍ ଅଟକିବା ପୂର୍ବରୁ ଶିଖର ଧାଓ୍ଵନ(୧୦୭) ଓ ଆଜିଙ୍କ୍ୟ ରାହାଣେ (୫) ଅପରାଜିତ ଭାବରେ କ୍ରିଜରୁ ଫେରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/shikhar-dhawan.jpg)