ସେଞ୍ଚୁରିଅନ୍: ସେଞ୍ଚୁରିଅନ୍ର ସୁପରସ୍ପୋଟ୍ର୍ସ ପାର୍କ ଷ୍ଟାଡିୟମରେ ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ପୁଣି ଥରେ ଖରାପ ପ୍ରଦର୍ଶନ କରି ମ୍ୟାଚ୍ ଓ ଶୃଙ୍ଖଳା ହାରିଛି। ଦକ୍ଷିଣ ଆଫ୍ରିକାର ବୋଲରଙ୍କ ଆଗରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ମୁଣ୍ଡ ନୁଆଇଁଛନ୍ତି। ଫଳରେ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍କୁ ୧୩୫ ରନ୍ରେ ବିଜୟୀ ହେବା ସହିତ ଶୃଙ୍ଖଳାରେ ୨-୦ ଆଗରେ ରହିଛି। ପୂର୍ବରୁ ଚଳିତ ମାସ ୫ରୁ ୯ ତାରିଖ ମଧ୍ୟରେ କେପ୍ଟାଉନ୍ ଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିଲା।
୩ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ୨ୟ ମୁକାବିଲାରେ ବୁଧବାର ୫ମ ଦିନରେ ଭାରତ ସମସ୍ତ ଓ୍ଵିକେଟ ହରାଇ ୧୫୧ ରନ୍ ସଂଗ୍ରହ କରିଛି। ଅନ୍ତିମ ଦିନରେ ୫/୩୫ ରନ୍ରୁ ଆରମ୍ଭ କରିଥିବା ଭାରତ ଅଳ୍ପ ସମୟ ମଧ୍ୟରେ ଚେତେଶ୍ୱର ପୂଜାରା(୧୯) ଓ ପାର୍ଥିବ ପଟେଲ(୧୯)ଙ୍କୁ ହରାଇଛି। ଏ ବି ଡିଭିଲିୟର୍ସଙ୍କ ଦ୍ୱାରା ପୂଜାରା ରନ୍ ଆଉଟ୍ ହୋଇଥିଲେ। କାଗିସୋ ରାବଡ଼ାଙ୍କ ବଲ ମର୍ଣ୍ଣ ମର୍କେଲଙ୍କୁ କ୍ୟାଚ୍ ଦେଇଥିଲେ ପଟେଲ। ସେହିପରି ଲୁଙ୍ଗି ନେଗଡ଼ିଙ୍କ ବଲ କ୍ୱାଟନ୍ ଡି କକ୍ଙ୍କୁ କ୍ୟାଚ ଦେଇ ପାଭଲିୟନ ଫେରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା(୬)।
୮୭ ରନ୍ରେ ଦକ୍ଷିଣ ଆଫ୍ରିକାର ୭ମ ଶିକାର ହୋଇଥିଲେ ରବିଚନ୍ଦ୍ରନ ଅଶ୍ୱିନ(୩)। ଅଷ୍ଟମ ଓ୍ଵିକେଟରେ ଭାରତ ୧୪୧ ରନ୍ରେ ରୋହିତ ଶର୍ମା(୪୭)ଙ୍କ ହରାଇଥିଲା। କାଗିସୋ ରାବଡ଼ାଙ୍କ ବଲ ଏବି ଡିଭିଲିୟର୍ସଙ୍କ କ୍ୟାଚ ଦେଇଥିଲେ ରୋହିତ। ୧୪୫ ରନ୍ରେ ମହମ୍ମଦ ସାମି(୨୮) ଓ ଯଶପ୍ରିତ ବୁମରା(୨) ଶେଷରେ ଆଉଟ ହୋଇ ପାଭଲିୟନ ଫେରିଥିଲେ। ଲୁଙ୍ଗିଙ୍କ ବଲ ମୋର୍କେଲଙ୍କୁ କ୍ୟାଚ୍ ଦେଇଥିଲେ ସାମି। ଲୁଙ୍ଗିଙ୍କୁ ବଲ ଡି କକ୍ଙ୍କୁ ଦେଇଥିଳେ ଅଶ୍ୱିନ। ସେହଭି ବୁମରା ମଧ୍ୟ ଲୁଙ୍ଗିଙ୍କ ବଲ ଅସାବଧାନ ସହିତ ଖେଳି ଭେରନ ଫିଲେଣ୍ଡରଙ୍କୁ କ୍ୟାଚ୍ ଦେଇଥିଲେ।
ପୂର୍ବରୁ ୪ର୍ଥ ଦିନରେ ଭାରତୀୟ ଓପନର ମୁରଲି ବଜୟ(୯) କାଗିସୋ ରାବଡାଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଦକ୍ଷିଣ ଆଫ୍ରିକାର ୨ୟ ଶିକାର ହୋଇଥିଲେ ଲୋକେଶ ରାହୁଲ(୪)। ସେ ଲୁଙ୍ଗି ନେଗଡ଼ିଙ୍କ ବଲ କେଶବ ମହାରାଜଙ୍କୁ କ୍ୟାଚ ଦେଇଥିଲେ। ଭାରତ ୧୧ ରନ୍ରେ ପ୍ରଥମ ଓ୍ଵିକେଟ, ୧୬ ରନ୍ରେ ୨ୟ ଓ୍ଵିକେଟ ହରାଇଥିବା ବେଳେ ୨୬ ରନ୍ରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି(୫)ଙ୍କ ହରାଇଥିଲା। କୋହଲି, ଲୁଙ୍ଗିଙ୍କ ଦ୍ୱାରା ଏଲ୍ବିଡବ୍ଲୁ ହୋଇ ପାଭଲିୟନ ଫେରିଥିଲେ।
ସେଞ୍ଚୁରିଅନ୍ର ସୁପରସ୍ପୋଟ୍ର୍ସ ପାର୍କ ଷ୍ଟାଡିୟମରେ ଟସ୍ ଜିଣ ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିରେ ୩୩୫ ରନ୍ ସଂଗ୍ରହ କରିଥିବା ବେଳେ ଜବାବରେ ଭାରତ ୩୦୭ ରନ୍ରେ ଅଲ୍ ଆଉଟ୍ ହୋଇଥିଲା। ପ୍ରଥମ ପାଳି ଆଧାରରେ ଦକ୍ଷିଣ ଆଫ୍ରିକା ୨୮ରନ୍ରେ ଆଗୁଆ ଥିବା ବେଳେ ୨ୟ ପାଳିରେ ସମସ୍ତ ଓ୍ଵିକେଟ ହରାଇ ୨୫୮ ରନ୍ ସଂଗ୍ରହ କରିଛି। ଫଳରେ ଭାରତକୁ ବିଜୟ ପାଇଁ ୨୮୭ ରନ୍ ଟାର୍ଗେଟ ମିଳିଥିଲା।