ମହିଳା କ୍ରିକେଟ: ବର୍ଷା ଧୋଇ ନେଲା ୪ର୍ଥ ଟି-୨୦, ଟିମ୍‌ ଇଣ୍ଡିଆ ଶୃଙ୍ଖଳାର ୨-୧ ଆଗରେ

ସେଞ୍ଚୁରିଅନ୍‌: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବୁଧବାର ଖେଳାଯାଇଥିବା ୪ର୍ଥ ଟି-୨୦ ମ୍ୟାଚ୍‌କୁ ବର୍ଷା ଧୋଇ ନେଇଛି। ଟସ୍‌ ଜିଣି ଭାରତୀୟ ମହିଳା ଟିମ୍‌ ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଦକ୍ଷିଣ ଆଫ୍ରିକା ୧୫.୩ ଓଭର ଶେଷ ହେବା ପରେ ୩ଟି ଓ୍ଵିକେଟ ହରାଇ ୧୩୦ ରନ୍‌ ସଂଗ୍ରହ କରିଥିଲା। ସେତେବେଳକୁ ବର୍ଷା ଆସି ଯାଇଥିଲା। ବର୍ଷା ଲାଗି ରହିବା ଫଳରେ ମ୍ୟାଚ୍‌କୁ ବାତିଲ କରାଯାଇଛି। ଲିଜଲେ ଲି ୫୮ ଓ ଡୁ ପ୍ରିଜ ୨ ରନ କରି କ୍ରିଜରେ ଥିଲେ।

୪ର୍ଥ ଟି-୨୦ ବାତିଲ ହୋଇଯିବା ପରେ ୫ମ ତଥା ଅନ୍ତିମ ମ୍ୟାଚ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇ ଯାଇଛି। ଭାରତୀୟ ଟିମ୍‌ ଯଦି ମ୍ୟାଚ ବିଜୟୀ ହୁଏ ତେବେ ଶୃଙ୍ଖଳା ୩-୧ରେ ହାସଲ କରିବ। ଅପରପକ୍ଷେ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ଜିଣିଲେ ଶୃଙ୍ଖଳା ୨-୨ରେ ଶେଷ ହେବ। ଏହା ପୂର୍ବରୁ ଭାରତର ନିମନ୍ତ୍ରଣରେ ଦକ୍ଷିଣ ଆଫ୍ରିକା ଆରମ୍ଭରୁ ଭଲ ଖେଳିଥିଲା। ଓପନର ଯୋଡ଼ି ପ୍ରଥମ ଓ୍ଵିକେଟରେ ଶତକ ରନ ପୂରା କରିଥିଲେ। ଭାରତୀୟ ବୋଲରଙ୍କ ଉପରେ ବ୍ୟାଟ୍ସଓମ୍ୟାନମାନେ ଆଧିପତ୍ୟ ବିସ୍ତାର ଜାରି ରଖିଥିଲେ। ୫ ଓଭରରେ ୩୯ ରନ୍‌ ସଂଗ୍ରହ କରି ସାରିଥିଲେ।

ସମ୍ବନ୍ଧିତ ଖବର