ଅକ୍ଟୋବର ୪ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଖେଳିବ ୨ଟି ଟେଷ୍ଟ, ବିରାଟ ଖେଳିବା ନେଇ ଉପୁଜିଲା ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ: ଏସିଆ କପ ପରେ ଟିମ ଇଣ୍ଡିଆର ଆଗାମୀ ମିଶନ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ଖେଳିବ। ଦୁଇ ମ୍ୟାଚର ଏହି ଟେଷ୍ଟ ଶୃଙ୍ଖଳା ଆଗାମୀ ଅକ୍ଟୋବର ୪ରୁ ଗୁଜରାଟର ରାଜକୋଟରୁ ଅଭିଯାନ ଆରମ୍ଭ ହେବ। ବିସିସିଆଇର ଚୟନ କମିଟି ଖୁବ ଶୀଘ୍ର ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଟେଷ୍ଟ ଟିମ ଘୋଷଣା କରିବ। କାରଣ ଚୟନ କମିଟି ବିରାଟ କୋହଲିଙ୍କ ଶାରୀରିକ ସୁସ୍ଥତାକୁ ଅପେକ୍ଷା କରିଛି। ବିରାଟଙ୍କ ସଂପର୍କରେ ସ୍ୱାସ୍ଥ୍ୟାବସ୍ଥା ରିପୋର୍ଟ ମିଳିବା ପରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୨ ଟେଷ୍ଟ ମ୍ୟାଚ ଶୃଙ୍ଖଳା ପାଇଁ ଟିମ ଘୋଷଣା ହେବ।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଶନିବାର ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ବିରାଟଙ୍କୁ ଆଘାତ ଲାଗିଛି। ଏଥି ପାଇଁ ତାଙ୍କର ପରୀକ୍ଷା ସରିଛି। କେବଳ ଜାତୀୟ କ୍ରିକେଟ ଏକାଡେମିର ସହଯୋଗୀ କର୍ମଚାରୀଙ୍କ ଚିକିତ୍ସା ଅପଡେଟକୁ ଅପେକ୍ଷା କରାଯାଇଛି। ଏହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ ଯେ, ସେ କେମିତି ଆଘାତ ପାଇଥିଲେ। ଇଂଲଣ୍ଡ ଟେଷ୍ଟ ମ୍ୟାଚ ସମୟରେ ଅର୍ଥାତ ତାଲିମ ଅଧିବେଶନରେ ସେ ଆଘାତ ପାଇପାରିଥାନ୍ତି।

ବୋର୍ଡ ସୂତ୍ରରୁ କୁହାଯାଇଛି ଯେ, ଯଶପ୍ରୀତ ବୁମରା ଓ ଭୁବନେଶ୍ୱର କୁମାରଙ୍କୁ ଟେଷ୍ଟ ମ୍ୟାଚରୁ ବିଶ୍ରାମ ଦିଆଯିବ। ବୁମରା ଟ୍ରେଣ୍ଟ ବ୍ରିଜରେ ଇଂଲଣ୍ଡ ବିପକ୍ଷରେ ୩ୟ ଟେଷ୍ଟରୁ କ୍ରମାଗତ ଭାବରେ ବୋଲିଂ କରୁଛନ୍ତି। ସେ ଏସିଆ କପରେ ୪ଟି ମ୍ୟାଚରେ ବୋଲିଂ କରିଛନ୍ତି।

 

ସମ୍ବନ୍ଧିତ ଖବର