ପ୍ରଥମ ଦିନିକିଆରେ ଭାରତକୁ ୭ ଓ୍ଵିକେଟରେ ପରାସ୍ତ କଲା ଶ୍ରୀଲଙ୍କା

ଧର୍ମଶାଳା: ହିମାଚଳ ପ୍ରଦେଶର ଧର୍ମଶାଳା ଷ୍ଟାଡିୟମରେ ରବିବାର ଖେଲାଯାଇଥିବା ପ୍ରଥମ ଦିନିକିଆକୁ ଶ୍ରୀଲଙ୍କା ସହଜରେ ବିଜୟ ଲାଭ କରିଛି। ଭାରତ ବିପକ୍ଷରେ ଶ୍ରୀଲଙ୍କା ଏହି ମ୍ୟାଚକୁ ୩ଟି ଓ୍ଵିକେଟ ହରାଇ ୨୦.୪ ଓଭରରେ ୧୧୪ ରନ୍‌ କରିିଛି। ଆଞ୍ଜେଲା ମେଥ୍ୟୁସ ଅପରାଜିତ ୨୫ ରନ୍‌ ଓ ନିରୋସାନ ଡିକଓ୍ଵାଲା ଅପରାଜିତ ୨୬ ରନ୍‌ ସଂଗ୍ରହ କରିଥିଲେ।

୨ୟ ପାଳିରେ ୧୧୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଶ୍ରୀଲଙ୍କା ୨ଟି ଓ୍ଵିକେଟ ହରାଇ ୧୯ ରନ୍‌ ସଂଗ୍ରହ କରିଥିଲା। ଦଳର ପ୍ରଥମ ଓ୍ଵିକେଟ ୩.୪ ଓଭରରେ ୭ ରନ୍‌ରେ ପଡ଼ିଥିଲା। ଦାନୁସକା ଗୁଣଥିଲକା (୧) ୧୧ଟି ବଲ ଖେଳି ଯଶପ୍ରିତ ବୁମରାଙ୍କ ବଲ ମହେନ୍ଦ୍ର ସିଂହଙ୍କୁ କ୍ୟାଚ ଦେଇଥିଲେ। ଲାହିରୁ ଥିରମାନି କୌଣସି ରନ୍‌ ସଂଗ୍ରହ ନ କରି ଭୁବନେଶ୍ୱର କୁମାରଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଭାରତର ୩ୟ ଶିକାର ହୋଇଥିଲେ ଉପୁଲ ଥରଙ୍ଗା(୪୯)। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ ଶିଖର ଧାଓ୍ଵନଙ୍କୁ କ୍ୟାଚ ଦେଇଥିଲେ।

ପୂର୍ବରୁ ଭାରତର ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା। ପ୍ରଥମ ଦିନିକିଆରେ ଶ୍ରୀଲଙ୍କା ପ୍ରଥମେ ଟସ୍‌ ଜିଣି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତକୁ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ମିଳିଥିଲା। ଭାରତ ୩୮.୨ଓଭରରେ ୧୧୨ ରନ୍‌ ସଂଗ୍ରହ କରିଥିଲା। ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟତୀତ ଅନ୍ୟ ଖେଳାଳିମାନେ ପିଚ୍‌ରେ ଅଧିକ ସମୟ ତିଷ୍ଠି ପାରି ନଥିଲେ। ଧୋନି ୮୭ଟି ବଲ ଖେଳି ୬୫ ରନ୍‌ ସଂଗ୍ରହ କରିଥିଲେ।

ରୋହିତ ଶର୍ମା(୨), ଶ୍ରେୟସ ଆୟାର(୯), ଶିଖର ଧାଓ୍ଵନ(୦), ଦିନେଶ କାର୍ତ୍ତିକ(୦), ମନୀଷ ପାଣ୍ଡେ (୨), ହାର୍ଦ୍ଦିକ ପାଣ୍ଡ୍ୟା(୧୦), ଭୁବନେଶ୍ୱର(୦), କୁଳଦୀପ ଯାଦବ(୧୯), ଯଶପ୍ରିତ ବୁମରା(୦) ଓ ୟୁଜେବେନ୍ଦ୍ର ଚହଲ(୦) ରନ୍‌ ସଂଗ୍ରହ କରିଥିଲେ।

ଭାରତର କୌଣସି ରନ୍‌ ସଂଗ୍ରହ ନକରି ପ୍ରଥମ ଓ୍ଵିକେଟ ହରାଇ ଥିଲା। ୨ ରନ୍‌ରେ ୨ୟ ଓ୍ଵିକେଟ, ୮ରନ୍‌ରେ ୩ୟ ଓ୍ଵିକେଟ, ୧୪ ରନ୍‌ରେ ୪ର୍ଥ ଓ ୫ମ ଓ୍ଵିକେଟ, ୨୮ରନ୍‌ରେ ୬ଷ୍ଠ ଓ୍ଵିକେଟ, ୨୯ ରନ୍‌ରେ ୭ମ ଓ୍ଵିକେଟ, ୭୦ ରନ୍‌ରେ ୮ମ ଓ୍ଵିକେଟ, ୮୭ ରନ୍‌ରେ ୯ମ ଓ୍ଵିକେଟ ଓ ୧୧୨ ରନ୍‌ରେ ଶେଷ ଓ୍ଵିକେଟ ପଡ଼ିଥିଲା। ସୁରଙ୍ଗା ଲକମଲ ୪ଟି ଓ୍ଵିକେଟ ନେଇଥିବା ବେଳେ ନୂଆନ ପ୍ରଦୀପ ୨ଟି ଓ୍ଵିକେଟ, ଆଞ୍ଜେଲୋ ମ୍ୟାଥୁସ, ତିରସା ପେରାରା, ଅକିଲା ଧନଞ୍ଜୟ ଓ ସଚିତା ପଥିରାନା ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ।

ସମ୍ବନ୍ଧିତ ଖବର