ନାଗପୁର: ମୁରଲୀ ବିଜୟ ଓ ଚେତେଶ୍ୱର ପୂଜାରାଙ୍କ ଶତକ ବଳରେ ଭାରତ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଶନିବାର ଶ୍ରୀଲଙ୍କା ବିରୋଧରେ ୩୧୨ରନ୍ ସଂଗ୍ରହ କରି ୧୦୭ ରନ୍ରେ ଅଗ୍ରଣୀ ରହିଛି। ମହାରାଷ୍ଟ୍ରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଭାରତ ଗୋଟିଏ ଓ୍ଵିକେଟରେ ୧୧ରନ୍ରୁ ଖେଳ ଆରମ୍ଭ କରିଥିଲା। ମୁରଲୀ ବିଜୟ ୨୨୨ଟି ବଲ ଖେଳି ୧୨୮ ରନ୍ ସଂଗ୍ରହ କରିବା ପରେ ରଙ୍ଗନା ହେରାଥଙ୍କ ବଲ ଦିଲରୁଓ୍ଵନ ପେରାରାଙ୍କୁ କ୍ୟାଚ ଦେଇଥିଲେ। ଏହା ପୂର୍ବରୁ ସେ ୧୧ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ସେହିପରି ପୂଜାରା ୨୭୬ଟି ବଲ ଖେଳି ୧୨୧ରନ୍ ଓ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ୬୬ଟି ବଲ ଖେଳି ଅର୍ଦ୍ଧଶତକ(୫୪ରନ୍) ହାସଲ କରିବା ସହ ଅପରାଜିତ ଅଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀଲଙ୍କା ପ୍ରଥମ ପାଳିରେ ୨୦୫ ରନ୍ ସଂଗ୍ରହ କରି ଶୁକ୍ରବାର ସମସ୍ତ ଓ୍ଵିକେଟ ହରାଇ ଥିଲା। ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିଥିବା ଦଳ ୭୦.୧ ଓଭରରେ ୨୦୫ ରନ୍ ସଂଗ୍ରହ କରି ସମସ୍ତ ଓ୍ଵିକେଟ ହରାଇ ଥିଲା। ଟିମ୍ର ପ୍ରଥମ ଓ୍ଵିକେଟ ୨୦ ରନ୍ରେ, ୨ୟ ଓ୍ଵିକେଟ ୪୪ରନ୍ରେ, ୩ୟ ଓ୍ଵିକେଟ ୬୦ ରନ୍ରେ, ୪ର୍ଥ ଓ୍ଵିକେଟ ୧୨୨ ରନ୍ରେ, ୫ମ ଓ୍ଵିକେଟ ୧୬୦ରନ୍ରେ ଓ ୬ଷ୍ଠ ଓ୍ଵିକେଟ ୧୬୫ରନ୍ରେ, ୭ମ ଓ ୮ମ ଓ୍ଵିକେଟ ୧୮୪ ରନ୍ରେ ପଡ଼ିଛି। ଶ୍ରୀଲଙ୍କାର ୯ମ ଓ ୧୦ମ ଓ୍ଵିକେଟ ୨୦୫ ରନ୍ରେ ପଡ଼ିଥିଲା।
ସଦିରା ସମରଓ୍ଵିକରାମ (୧୩) ୧୫ଟି ବଲ ଖେଲି ଇଶାନ୍ତ ଶର୍ମାଙ୍କ ବଲ ଚେତେଶ୍ୱର ପୂଜାରାଙ୍କୁ କ୍ୟାଚ ଦେଇଥିଲେ। ଦିମୁଠ କରୁଣାରତ୍ନେ(୫୧) ଏକମାତ୍ର ଖେଳାଳି ଯିଏ କି ପ୍ରଥମ ଦିନରେ ଭଲ ସ୍କୋର କରିଥିଲେ। ସେ ଈଶାନ୍ତ ଶର୍ମାଙ୍କ ଦ୍ୱାରା ଏଲ୍ବିଡବ୍ଲୁ ହୋଇ ପାଭଲିୟନ ଫେରିଥିଲେ। ଆଞ୍ଜେଲା ମ୍ୟାଥୁଜ(୧୦) ରବୀନ୍ଦ୍ର ଜଦେଜାଙ୍କ ଦ୍ୱାରା ଏଲ୍ବିଡବ୍ଲୁ ହୋଇଥିବା ବେଳେ ନିରୋସାନ ଡିକେଓ୍ଵଲା (୨୪) ରବୀନ୍ଦ୍ର ଜାଦେଜାଙ୍କ ବଲ ଈଶାନ୍ତ ଶର୍ମାଙ୍କୁ କ୍ୟାଚ ଦେଇଥିଲେ।
ସେହିଭଳି ଦାନୁଶ ସନକା (୨) ଅଶ୍ୱିନଙ୍କ ଦ୍ୱାରା ବୋଲ୍ଡ ହୋଇ ପାଭଲିୟନ ଫେରିଥିବା ବେଳେ ରବୀନ୍ଦ୍ର ଜାଦେଜାଙ୍କ ଦ୍ୱାରା ଏଲବିଡବ୍ଲୁ ହୋଇଥିଲେ ଦିଲରୁଓ୍ଵାନ ପେରାରା। ସେହିପରି ଲାହିରୁ ଥିରମାନି(୯) ରବିଚନ୍ଦ୍ରନ ଅଶ୍ୱିନଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ସୁରଙ୍ଗା ଲାକମଲ ୧୭ ରନ୍ କରି ଆଉଟ ହୋଇଥିଲେ। ସେ ଈଶାନ୍ତ ଶର୍ମାଙ୍କ ବଲ ଖେଳିବାକୁ ଯାଇ ଋଦ୍ଧିମାନ ଶାହାଙ୍କ ଦ୍ୱାରା କ୍ୟାଚ ହୋଇଥିବା ବେଳେ ରଙ୍ଗନା ହେରାଥ ୪ରନ୍ କରି ପାଭଲିୟନ ଫେରିଛନ୍ତି। ସେ ଅଶ୍ୱିନଙ୍କ ବଲ ଆଜିଙ୍କ୍ୟ ରାହାଣେଙ୍କୁ କ୍ୟାଚ ଦେଇଥିଲେ।