ଭାରତ-ଶ୍ରୀଲଙ୍କା ୨ୟ ଟେଷ୍ଟ: କୋହଲିଙ୍କ ୫ମ ଦ୍ୱି-ଶତକ, ଭାରତ ୪/୫୭୩

ନାଗପୁର: ମୁରଲୀ ବିଜୟ(୧୨୮) ଓ ଚେତେଶ୍ୱର ପୂଜାରା(୧୪୩)ଙ୍କ ଶତକ ପରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ୩ୟ ଦିନରେ ନିଜ ଟେଷ୍ଟ କ୍ୟାରିୟରର ୫ମ ଦ୍ୱି-ଶତକ ହାସଲ କରିଛନ୍ତି। କେହଲି ୨୫୯ଟି ବଲ ଖେଳି ଏହି ଦ୍ୱି-ଶତକ ହାସଲ କରିଛନ୍ତି। ଏଥି ସହିତ ଭାରତ ୪ଟି ଓ୍ଵିକେଟ ହରାଇ ୫୭୩ ରନ ସଂଗ୍ରହ କରିବା ସହିତ ୩୬୯ ରନ୍‌ରେ ଆଗୁଆ ରହିଛି।

ମହାରାଷ୍ଟ୍ରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଭାରତ ରବିବାର ୩୧୨ରନ୍‌ରୁ ଖେଳ ଆରମ୍ଭ କରିଥିଲା। ମୁରଲୀ ବିଜୟ ଶନିବାର ପର୍ଯ୍ୟନ୍ତ ୨୨୨ଟି ବଲ ଖେଳି ୧୨୮ ରନ୍‌ ସଂଗ୍ରହ କରିବା ପରେ ରଙ୍ଗନା ହେରାଥଙ୍କ ବଲ ଦିଲରୁଓ୍ଵନ ପେରାରାଙ୍କୁ କ୍ୟାଚ ଦେଇଥିଲେ। ଏହା ପୂର୍ବରୁ ସେ ୧୧ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଚେତେଶ୍ୱର ପୂଜାରା ୩୬୨ଟି ବଲ ଖେଳି ଦାସୁନ ଶଙ୍କରାଙ୍କ ଦ୍ୱାରା ବୋଲ୍ଡ ହୋଇଥିବା ବେଳେ ଆଜିଙ୍କ୍ୟ ରାହାଣେ(୨) ଦିଲରିଓ୍ଵାନ ପେରାରାଙ୍କ ବଲ ଦିମୁଠ କରୁଣାତତ୍ନେଙ୍କୁ କ୍ୟାଚ ଦେଇଥିଲେ। ପ୍ରଥମ ଦିନ ଲୋକେଶ ରାହୁଲ(୭) ଲାହିରୁ ଗମେଜଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ।

ଶ୍ରୀଲଙ୍କା ପ୍ରଥମ ପାଳିରେ ୨୦୫ ରନ୍‌ ସଂଗ୍ରହ କରି ଶୁକ୍ରବାର ସମସ୍ତ ଓ୍ଵିକେଟ ହରାଇ ଥିଲା। ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିଥିବା ଦଳ ୭୦.୧ ଓଭରରେ ୨୦୫ ରନ୍‌ ସଂଗ୍ରହ କରି ସମସ୍ତ ଓ୍ଵିକେଟ ହରାଇ ଥିଲା। ଟିମ୍‌ର ପ୍ରଥମ ଓ୍ଵିକେଟ ୨୦ ରନ୍‌ରେ, ୨ୟ ଓ୍ଵିକେଟ ୪୪ରନ୍‌ରେ, ୩ୟ ଓ୍ଵିକେଟ ୬୦ ରନ୍‌ରେ, ୪ର୍ଥ ଓ୍ଵିକେଟ ୧୨୨ ରନ୍‌ରେ, ୫ମ ଓ୍ଵିକେଟ ୧୬୦ରନ୍‌ରେ ଓ ୬ଷ୍ଠ ଓ୍ଵିକେଟ ୧୬୫ରନ୍‌ରେ, ୭ମ ଓ ୮ମ ଓ୍ଵିକେଟ ୧୮୪ ରନ୍‌ରେ ପଡ଼ିଛି। ଶ୍ରୀଲଙ୍କାର ୯ମ ଓ ୧୦ମ ଓ୍ଵିକେଟ ୨୦୫ ରନ୍‌ରେ ପଡ଼ିଥିଲା।

ସଦିରା ସମରଓ୍ଵିକରାମ (୧୩) ୧୫ଟି ବଲ ଖେଲି ଇଶାନ୍ତ ଶର୍ମାଙ୍କ ବଲ ଚେତେଶ୍ୱର ପୂଜାରାଙ୍କୁ କ୍ୟାଚ ଦେଇଥିଲେ। ଦିମୁଠ କରୁଣାରତ୍ନେ(୫୧) ଏକମାତ୍ର ଖେଳାଳି ଯିଏ କି ପ୍ରଥମ ଦିନରେ ଭଲ ସ୍କୋର କରିଥିଲେ। ସେ ଈଶାନ୍ତ ଶର୍ମାଙ୍କ ଦ୍ୱାରା ଏଲ୍‌ବିଡବ୍ଲୁ ହୋଇ ପାଭଲିୟନ ଫେରିଥିଲେ। ଆଞ୍ଜେଲା ମ୍ୟାଥୁଜ(୧୦) ରବୀନ୍ଦ୍ର ଜଦେଜାଙ୍କ ଦ୍ୱାରା ଏଲ୍‌ବିଡବ୍ଲୁ ହୋଇଥିବା ବେଳେ ନିରୋସାନ ଡିକେଓ୍ଵଲା (୨୪) ରବୀନ୍ଦ୍ର ଜାଦେଜାଙ୍କ ବଲ ଈଶାନ୍ତ ଶର୍ମାଙ୍କୁ କ୍ୟାଚ ଦେଇଥିଲେ।

ସମ୍ବନ୍ଧିତ ଖବର