ଭାରତ-ଶ୍ରୀଲଙ୍କା ୨ୟ ଟେଷ୍ଟ: ଶ୍ରୀଲଙ୍କା ୬/୧୬୮

ନାଗପୁର: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଶୁକ୍ରବାର ଆରମ୍ଭ ହୋଇଥିବା ୨ୟ ଟେଷ୍ଟରେ ଶ୍ରୀଲଙ୍କାର ୬ଷ୍ଠ ଓ୍ଵିକେଟ ପତନ ଘଟିଛି। ମହାରାଷ୍ଟ୍ରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଶ୍ରୀଲଙ୍କା ଟସ୍‌ ଜିଣି ପ୍ରଥମେ ପାଳି ଆରମ୍ଭ କରିଛି। ଶ୍ରୀଲଙ୍କାର ପ୍ରଥମ ଓ୍ଵିକେଟ ୨୦ ରନ୍‌ରେ, ୨ୟ ଓ୍ଵିକେଟ ୪୪ରନ୍‌ରେ, ୩ୟ ଓ୍ଵିକେଟ ୬୦ ରନ୍‌ରେ, ୪ର୍ଥ ଓ୍ଵିକେଟ ୧୨୨ ରନ୍‌ରେ, ୫ମ ଓ୍ଵିକେଟ ୧୬୦ରନ୍‌ରେ ଓ ୬ଷ୍ଠ ଓ୍ଵିକେଟ ୧୬୫ରନ୍‌ରେ ପଡ଼ିଛି।

ରିପୋର୍ଟ ଲେଖାଯିବା ବେଳକୁ ଶ୍ର୍ରୀଲଙ୍କା ୬୮.୩ଓଭରରେ ୬ଟି ଓ୍ଵିକେଟ ହରାଇ ୧୬୮ ରନ୍‌ ସଂଗ୍ରହ କରିଛି। ଦିଲଓ୍ଵରନ ପେରାରା ଓ ଦିନେଶ ଚାଣ୍ଡିମଲ କ୍ରିଜରେ ଅଛନ୍ତି।

ସମ୍ବନ୍ଧିତ ଖବର