ଭାରତ-ଶ୍ରୀଲଙ୍କା ୩ୟ ଦିନିକିଆ: ଶୃଙ୍ଖଳା ବିଜୟ ପାଇଁ ଭାରତକୁ ୨୧୬ ରନ୍‌ ଟାର୍ଗେଟ

ଶତକରୁ ବଞ୍ଚିତ ଥରଙ୍ଗା, କୁଳଦୀପ ଓ ଚହଲଙ୍କୁ ୩-୩ ଓ୍ଵିକେଟ

ବିଶାଖାପାଟଣା: ଶ୍ରୀଲଙ୍କାର ବିଶାଳ ସ୍କୋର ସଂଗ୍ରହ କରିବା ଲକ୍ଷ୍ୟ ମାଟିରେ ମିଶିଛି। ଦଳ ୪୪.୫ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୨୧୫ ରନ୍‌ ସଂଗ୍ରହ କରିଛି। ଆରମ୍ଭରୁ ଭଲ ପ୍ରଦର୍ଶନ କରି ନଥିବା ଶ୍ରୀଲଙ୍କା ୨ୟ ଓ୍ଵିକେଟରେ ୧୨୧ ରନ୍‌ ଯୋଡ଼ିଥିଲା। କିନ୍ତୁ ସଦିରା ସମରବିକ୍ରମା ଆଉଟ ହେବାର କିଛି ସମୟ ପରେ ଉପୁଲ ଥରଙ୍ଗା ଆଉଟ ହୋଇଥିଲେ। ଏହା ପରେ ପରବର୍ତ୍ତୀ ଖେଳାଳିମାନେ ଅଧିକ ସମୟ ଧରି କ୍ରିଜରେ ତିଷ୍ଠି ପାରି ନଥିଲେ।

ବିଶାଖାପାଟଣାରେ ଟିମ୍‌ ଇଣ୍ଡିଆ ଓ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଶେଷ ତଥା ନିର୍ଣ୍ଣାୟକ ମୁକାବିଲାରେ ଟସ୍‌ ଜିଣି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଶ୍ରୀଲଙ୍କା ବ୍ୟାଟିଂ କରିଥିଲା। ସୁରଙ୍ଗା ଲକମଲ(୧)ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦ୍ୱାରା ବୋଲ୍ଡ ହୋଇ ପାଭଲିଅନ ଫେରିଥିଲେ। ଶ୍ରୀଲଙ୍କାର ଶେଷ ଓ୍ଵିକେଟ ଆସେଲା ଗୁଣରତ୍ନେ(୧୭) ଭୁବନେଶ୍ୱର କୁମାରଙ୍କ ବଲ ଧୋନିଙ୍କୁ କ୍ୟାଚ ଦେଇଥିଲେ।

ଭାରତର ୮ମ ଶିକାର ହୋଇଥିଲେ ଅକିଳ ଧନଞ୍ଜୟ (୧)। ସେ କୁଳଦୀପ ଯାଦବଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ୭ମ ଓ୍ଵିକେଟରେ ସଚିତ ପାଥେରାଣା(୭) ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲରେ ୟୁଜବେନ୍ଦ୍ର ଚହଲଙ୍କ ଦ୍ୱାରା କ୍ୟାଚ ହୋଇ ପାଭଲିଅନ ଫେରିଥିଲେ। ୫ମ ଓ୍ଵିକେଟରେ ଆଞ୍ଜେଲା ମାଥୁସ(୧୭) ୟୁଜବେନ୍ଦ୍ର ଚହଲଙ୍କ ଦ୍ୱାରା ବୋଲ୍ଡ ହୋଇ ଫେରିଥିଲେ। ଚହଲଙ୍କ ବଲରେ ଥିରସା ପେରାରା(୬) ଏଲବିଡବ୍ଲୁ ହୋଇ ଭାରତର ୬ଷ୍ଠ ଓ୍ଵିକେଟର ଶିକାର ହୋଇଥିଲେ। ଶ୍ରୀଲଙ୍କା ୪ର୍ଥ ଓ୍ଵିକେଟରେ ନିରୋସାନ ଡିକେଓ୍ଵଲା(୪)ଙ୍କୁ ହରାଇଛି।

ନିରୋସାନ କୁଳଦୀପ ଯାଦବଙ୍କ ବଲ ଶ୍ରେୟସ ଆୟାରଙ୍କୁ କ୍ୟାଚ ଦେଇଥିଲେ। ଏହା ପୂର୍ବରୁ ଉପୁଲ ଥରଙ୍ଗା (୯୫) ଶତକ ହାସଲ କରିବାରୁ ବଞ୍ଚିତ ହୋଇଛନ୍ତି। ସେ କୁଳଦୀପ ଯାଦବଙ୍କ ବଲ ଓ୍ଵିକେଟ ରକ୍ଷକ ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାଚ ଦେଇଥିଲେ। ପୂର୍ବରୁ ଭାରତର ପ୍ରଥମ ଶିକାର ହୋଇଥିଲେ ଦାନୁଷ୍କା ଗୁଣାରତ୍ନେ(୧୨)। ସେ ଯଶପ୍ରିତ ବୁମରାଙ୍କ ବଲ ରୋହିତ ଶର୍ମାଙ୍କୁ କ୍ୟାଚ ଦେଇ ପାଭଲିୟନ ଫେରି ଯାଇଛନ୍ତି। ସେହିପରି ସଦିରା ସମରବିକ୍ରମା ୪୨ ରନ୍‌ ସଂଗ୍ରହ କରିବା ପରେ ୟୁଯବେନ୍ଦ୍ର ଚହଲଙ୍କ ବଲ ଶିଖର ଧାଓ୍ଵନଙ୍କୁ କ୍ୟାଚ ଦେଇଛନ୍ତି।

ଏହା ପୂର୍ବରୁ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିଣି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଟିମରେ ଓ୍ଵାସିଂଟନ ସୁନ୍ଦରଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାରୁ ତାଙ୍କ ସ୍ଥାନରେ କୁଳଦୀପ ଯାଦବଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଳିଛି। ସେହିଭଳି ଶ୍ରୀଲଙ୍କା ଟିମ୍‌ରେ ଲାହିରୁ ଥିରମାନିଙ୍କ ସ୍ଥାନରେ ସଦୀରା ସମରାବିକ୍ରମାଙ୍କୁ ସ୍ଥାନ ମିଳିଛି।

ସମ୍ବନ୍ଧିତ ଖବର