ଦିଲ୍ଲୀ ଟେଷ୍ଟ ଡ୍ର, ୧-୦ରେ ଶ୍ରୀଲଙ୍କାକୁ ହରାଇ ଭାରତ ଜିତିଲା ଶୃଙ୍ଖଳା

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଫିରୋଜ ଶାହ କୋଟଲାରେ ଖେଳାଯାଇଥିବା ୩ୟ ଟେଷ୍ଟ ବୁଧବାର ଡ୍ର ହୋଇଛି। ଶେଷ ଦିନରେ ଉଭୟ ଦଳ ମ୍ୟାଚ ଜିଣିବା ପାଇଁ ବହୁତ ସଂଘର୍ଷ କରିଥିଲେ ମଧ୍ୟ ଫଳାଫଳ ‘ଡ୍ର’ରେ ଶେଷ ହୋଇଛି। ଭାରତ ୧-୦ରେ ଏହି ଶୃଙ୍ଖଳାରେ ବିଜୟୀ ହୋଇଛି। ଅଷ୍ଟ୍ରେଲିଆର କ୍ରମାନ୍ଵୟରେ ୯ଟି ଟେଷ୍ଟ ମ୍ୟାଚ ବିଜୟୀ ରେକର୍ଡ ସହିତ ଭାରତ ସମକକ୍ଷ ହୋଇ ପାରିଛି।

ଭାରତ ପ୍ରଥମ ପାଳିରେ ୫୩୬ ରନ୍‌ର ଜବାବରେ ଶ୍ରୀଲଙ୍କା ନିଜର ପ୍ରଥମ ପାଳିରେ ୩୭୩ ରନ୍‌ ସଂଗ୍ରହ କରିଥିଲା। ପ୍ରଥମ ପାଳିରେ ଭାରତ ୧୬୩ ରନ୍‌ରେ ଅଗ୍ରଣୀ ଥିବା ବେଳେ ୨ୟ ପାଳିରେ ୨୪୬ ରନ୍‌ ସଂଗ୍ରହ କରି ପାଳି ଘୋଷଣା କରି ଶ୍ରୀଲଙ୍କାକୁ ୪୧୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା।

୪୧୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଶ୍ରୀଲଙ୍କା ୨୯୯ ରନ୍‌ରେ ୫ଟି ଓ୍ଵିକେଟ ହରାଇଥିଲା। କିନ୍ତୁ ଟିମ ଇଣ୍ଡିଆ ମ୍ୟାଚ ବିଜୟୀ ହେବା ପାଇଁ ୫ଟି ଓ୍ଵିକେଟ ହାସଲ କରିବା ସହଜ ନଥିଲା। ୨ୟ ପାଳିରେ ଶ୍ରୀଲଙ୍କା ତରଫରୁ ଧନଞ୍ଜୟ ଡି ସିଲଭା ୧୧୯ ରନ୍‌ ସଂଗ୍ରହ କରିଥିବା ବେଳେ ରୋଶନ ସିଲଭା ୭୪ ରନ୍‌ ଯୋଡ଼ି ଥିଲେ। ଅନ୍ତିମ ଦିନରେ ଭାରତୀୟ ବୋଲରମାନେ ୮୭ ଓଭରରେ ମାତ୍ର ୨ଟି ଓ୍ଵିକେଟ ନେଇଥିଲେ।

ସମ୍ବନ୍ଧିତ ଖବର