କଟକ: ଓପନର ଲୋକେଶ ରାହୁଲ କ୍ୟାରିୟରର ଅନ୍ୟତମ ଅର୍ଦ୍ଧଶତକ (୨ୟ) ବଳରେ ଭାରତ ୧୮୧ ରନ୍ ବିଜୟ ଲକ୍ଷ୍ୟ ଭ୍ରମଣକାରୀ ଶ୍ରୀଲଙ୍କାକୁ ଦେଇଛି। ବାରବାଟୀ ଷ୍ଟାଡିୟମରେ ବୁଧବାର ପ୍ରଥମ ଟି-୨୦ ମ୍ୟାଚ୍ରେ ଭାରତ ନିର୍ଦ୍ଧାରିତ ଓଭରରେ ୩ଟି ଓ୍ଵିକେଟ ହରାଇ ୧୮୦ ରନ୍ ସଂଗ୍ରହ କରିଛି। ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି(ଅପରାଜିତ ୩୯)ଙ୍କ ହ୍ୟାଲିକପ୍ଟର ସର୍ଟରେ ଦର୍ଶକ ଉତ୍ସାହିତ ହୋଇ ଉଠିଥିଲେ। ସେହିଭଳି ମନୀଷ ପାଣ୍ଡେ(ଅପରାଜିତ ୩୨) ଶ୍ରୀଲଙ୍କା ବୋଲରଙ୍କୁ ନିର୍ଧୂମ ପ୍ରହାର କରି ଧୋନିଙ୍କ ସହିତ ହାତ ମିଳାଇଥିଲେ। ଧୋନି ଶେଷ ବଲକୁ ଛକା ମାରିଥିଲେ। ଶେଷ ୫ଟି ଓଭରରେ ଶ୍ରୀଲଙ୍କାର ବୋଲରମାନେ ଭାରତର ଓ୍ଵିକେଟ ନେବାକୁ ବିପୁଳ ଉଦ୍ୟମ କରିଥିଲେ ମଧ୍ୟ ଆଶା ପୂରା ହୋଇ ପାରି ନଥିଲା।
/sambad/media/post_attachments/wp-content/uploads/2017/12/dhonit-300x165.jpg)
ଭାରତ ପ୍ରଥମ ଓ୍ଵକେଟ ୩୮ ରନ୍ (୫ଓଭର)ରେ ରୋହିତ ଶର୍ମାଙ୍କୁ ହରାଇଥିବା ବେଳେ ୧୦୧ରନ୍ରେ ଶ୍ରୀଲଙ୍କାର ୨ୟ ଶିକାର(୧୨.୪ଓଭର) ହୋଇଥିଲା। ସେହିଭଳି ୧୧୨ ରନ୍ରେ ଭାରତର ୩ୟ ଓ୍ଵିକେଟ (୧୪.୩ଓଭର)ର ପତ୍ତନ ଘଟିଥିଲା।
ପାଳି ଆରମ୍ଭରୁ ଭାରତ ଭଲ ଖେଳିଥିଲା। ୪୮ଟି ବଲ ଖେଳି ୬୧ ରନ୍ ସଂଗ୍ରହ କରିଥିବା ଲୋକେଶ ରାହୁଲ ଥିରସା ପେରାରାଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଶ୍ରେୟସ ଆୟାର(୨୪) ୨୦ଟି ବଲ ଖେଳି ପାଭଲିୟନ ଫେରିଥିଲେ। ସେ ନୂଆନ ପ୍ରଦୀପଙ୍କ ବଲ ନିରୋସନ ଡିକଓ୍ଵାଲାଙ୍କୁ କ୍ୟାଚ ଦେଇଥିଲେ। ଶ୍ରୀଲଙ୍କାର ପ୍ରଥମ ଶିକାର ହୋଇଥିଲେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା(୧୭)। ସେ ୧୩ଟି ବଲ ଖେଳି ଆଞ୍ଜେଲୋ ମ୍ୟାଥୁସଙ୍କ ବଲ ଦୁଷ୍ମନ୍ତ ଚମିରାଙ୍କୁ କ୍ୟାଚ ଦେଇଥିଲେ। ଭାରତ ୬ ଓଭରରେ ୪୨ ରନ୍ ସଂଗ୍ରହ କରିଥିବା ବେଳେ ଲେକେଶ ରାହୁଲ ଓ ଶ୍ରେୟସ ଆୟାର ବ୍ୟାଟିଂ ଜାରି ରଖିଛନ୍ତି।
୩ଟି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଟସ୍ ଜିଣି ଶ୍ରୀଲଙ୍କା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/lokesh-rahul.jpg)