କଟକ: ଐତିହାସିକ ବାରବାଟୀ ଷ୍ଟାଡିୟମରେ ବୁଧବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚକୁ ନେଇ ଓଡ଼ିଶାର କ୍ରିକେଟ ପ୍ରେମୀ ଉତ୍ସାହିତ ଥିବା ବେଳେ, ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ସ୍ଲୋ ହୋଇ ଯାଇଛନ୍ତି। ପ୍ରଥମ ଟି-୨୦ ମ୍ୟାଚ ପୂର୍ବରୁ ଭାରତୀୟ ବୋଲରମାନେ ମଙ୍ଗଳବାର ବାରବାଟୀ ନେଟ୍ସରେ ଝାଳ ବୁହାଇ ଅଭ୍ୟାସ କରିଛନ୍ତି।
ଭାରତୀୟ ଟି-୨୦ ଏକାଦଶରେ ସାମିଲ ହୋଇ ନଥିବା ଦ୍ରୁତ ବୋଲରମାନେ ମଧ୍ୟ ମଙ୍ଗଳବାର ଝାଳ ବୁହାଇ ଅଭ୍ୟାସ କରିଛନ୍ତି। ବୋଲର ମୋହମ୍ମଦ ସିରାଜ, ଜୟଦେବ ଉନାଦକଟ ଓ ବେସିଲ ଥମ୍ପି ମଧ୍ୟ ନେଟ୍ସରେ ଜୋରଦାର ବୋଲିଂ ଅଭ୍ୟାସ କରିଥିଲେ। ହେଲେ ଭାରତର ଏହି ବୋଲରମାନେ ଦ୍ରୁତ ଗତିରେ ବୋଲିଂ କରିପାରୁ ନଥିଲେ। ଏମାନଙ୍କ ପ୍ରଦର୍ଶନ ସ୍ଲୋ ଥିଲା।
ବିସିସିଆଇ ଭାରତୀୟ ବୋଲରଙ୍କ ଏକ ଭିଡିଓ ପୋଷ୍ଟ କରିଛି। ଭିଡିଓରେ ୩ଜଣ ବୋଲରଙ୍କ ବୋଲିଂ ଆକ୍ସନ ସୁନ୍ଦର ଦେଖାଯାଉଛି। ବିସିସିଆଇ ନିଜର ପୋଷ୍ଟ କ୍ୟାପସନ୍ରେ ଲେଖିଛି ଯେ, ‘ଆମର ନୂଆ ପେସ୍ ଆକ୍ରମଣକାରୀ(ମୋହମ୍ମଦ ସିରାଜ, ଜୟଦେବ ଉନାଦକଟ ଓ ବେସିଲି ଥମ୍ପି)’ଙ୍କୁ ହ୍ୟାଲୋ କୁହନ୍ତୁ।
ସୂଚନାଯୋଗ୍ୟ, ଟେଷ୍ଟ ଶୃଙ୍ଖଳା ବିଜୟ ହେବା ପରେ ଟିମ୍ ଇଣ୍ଡିଆର ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଦିନିକିଆ ଶୃଙ୍ଖଳାକୁ ଭାରତ ଜିଣିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ୨-୧ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଟିମ୍ ଇଣ୍ଡିଆର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଶ୍ରୀଲଙ୍କା ଟି-୨୦ରେ ପରାସ୍ତ କରିବା।