କଟକ: ବାରବାଟୀ ଷ୍ଟାଡିୟମରେ ବୁଧବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଗୋଟିଏ ଓ୍ଵିକେଟରେ ଜାରି ରହିଛି। ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା(୧୭) ୧୩ଟି ବଲ ଖେଳି ଆଞ୍ଜେଲୋ ମ୍ୟାଥୁସଙ୍କ ବଲ ଦୁଷ୍ମନ୍ତ ଚମିରାଙ୍କୁ କ୍ୟାଚ ଦେଇଛନ୍ତି। ଭାରତ ୬ ଓଭରରେ ୫୦ ରନ୍ ସଂଗ୍ରହ କରିଥିବା ବେଳେ ଲେକେଶ ରାହୁଲ ଓ ଶ୍ରେୟସ ଆୟାର ବ୍ୟାଟିଂ ଜାରି ରଖିଛନ୍ତି।
୩ଟି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଟସ୍ ଜିଣି ଶ୍ରୀଲଙ୍କା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରୁଛି। ଭାରତ ଆରମ୍ଭରୁ ଭଲ ଖେଳିଛି।