ବର୍ଷା ଯୋଗୁଁ ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ମ୍ୟାଚ୍‌ ବାତିଲ

ଗୁଆହାଟି: ଆସାମର ଗୁଆହାଟି ଠାରେ ଆଜି ସନ୍ଧ୍ୟା ପରଠାରୁ ଏଯାବତ ଝିପିଝିପି ବର୍ଷା ଲାଗି ରହିବାରୁ ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ବହୁ ପ୍ରତୀକ୍ଷିତ ପ୍ରଥମ ଟି-୨୦ ମ୍ୟାଚ୍‌କୁ ବାତିଲ କରି ଦିଆଯାଇଛି। ବାରସପରା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ୨୦୨୦ର ପ୍ରଥମ ମ୍ୟାଚ୍‌ ପାଇଁ ବହୁ ସମୟ ପର୍ଯ୍ୟନ୍ତ ଅପେକ୍ଷା କରାଯାଇଥିଲେ ମଧ୍ୟ ବର୍ଷା ଲାଗି ରହିବାରୁ ଗୋଟିଏ ବି ବଲ ଖେଳାଯାଇ ପାରି ନାହିଁ। ଏହା ପୂର୍ବରୁ ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମ୍ୟାଚ୍‌ ବାତିଲ ହୋଇଯିବା ପରେ ଦର୍ଶକ ଓ ପ୍ରଶଂସକ ମନଦୁଃଖରେ ଘରକୁ ଫେରିଛନ୍ତି। ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍‌ ଚଳିତ ମାସ ୭ ତାରିଖରେ ଇନ୍ଦୋର ଓ ଅନ୍ତିମ ତଥା ଶେଷ ମୁକାବିଲା ୧୦ ତାରିଖରେ ପୁନେ ଠାରେ ଖେଳାଯିବ।

ସମ୍ବନ୍ଧିତ ଖବର