ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ: କ୍ରିଜରେ ରାହୁଲ-ଧାଓ୍ଵନ, ଭାରତର ସ୍କୋର ୭୦ ରନ୍‌

କୋଲକାତା: ଟିମ୍‌ ଇଣ୍ଡିଆ ଓ ଶ୍ରୀଲଙ୍କା ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲାର ୪ର୍ଥ ଦିନରେ ଭାରତ ଦ୍ୱିତୀୟ ପାଳିରେ କୌଣସି ଓ୍ଵିକେଟ ନହରାଇ ୭୦ ରନ୍‌ ସଂଗ୍ରହ କରିଛି। ଲେକେଶ ୩୬ ରନ୍‌ ସଂଗ୍ରହ କରିଥିବା ବେଳେ ଶିଖର ଧାଓ୍ଵନ ୩୩ରନ୍‌ ସଂଗ୍ରହ କରିଛନ୍ତି। ପୂର୍ବରୁ ଭାରତ ପ୍ରଥମ ପାଳିରେ ୧୭୨ ରନ୍‌ ସଂଗ୍ରହ କରିଥିବା ବେଳେ ଶ୍ରୀଲଙ୍କା ୨୯୪ରନ୍‌ରେ ଆଉଟ ହୋଇଥିଲା।

କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ରଂଗନା ହେରାଥ(୬୭) ବଳରେ ଶ୍ରୀଲଙ୍କା ନିଜର ପ୍ରଥମ ପାଳିରେ ୨୯୪ ରନ୍‌ ସଂଗ୍ରହ କରିଛି। ଏହି ପାଳିର ଆଧାରରେ ଦଳ ୧୨୨ରନ୍‌ ଆଗୁଆ ରହିଛି। ହେରାଥ ୧୦୫ଟି ବଲ ଖେଳି ୯ଟି ଚୌକା ମାରିଥିଲେ। ହେରାଥଙ୍କ ବ୍ୟତୀତ ଥିରିମାନି ଓ ଆଞ୍ଜେଲା ମ୍ୟାଥୁଜ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ଭାରତ ପକ୍ଷଣୁ ମହମ୍ମଦ ସାମି ଓ ଭୁବନେଶ୍ୱର କୁମାର ୪-୪ ଓ୍ଵିକେଟ ନେଇଥିଲେ। ଉମେଶ ଯାଦବଙ୍କୁ ୨ଟି ଓ୍ଵିକେଟ ମିଳିଥିଲା।

ପୂର୍ବରୁ ଟସ୍‌ ହାରି ପ୍ରଥମ ପାଳିରେ ଭାରତ ୫୯ ଓଭରରେ ୧୭୨ ରନ୍‌ରେ ସମସ୍ତ ଓ୍ଵିକେଟ ହରାଇ ଥିଲା। ଟିମ ଇଣ୍ଡିଆ ପକ୍ଷରୁ ଚେତେଶ୍ୱର ପୂଜାରା ସର୍ବାଧିକ ୫୨ରନ, ଋଦ୍ଧିମାନ ସାହା ୨୯ରନ୍‌, ମୋହମ୍ମଦ ସାମି ୨୪ ରନ୍‌, ରବୀନ୍ଦ୍ର ଜାଦେଜା ୨୨ ରନ୍‌ ସଂଗ୍ରହ କରିଥିଲେ। ଶ୍ରୀଲଙ୍କା ତରଫରୁ ସୁରଙ୍ଗା ଲକମଲ ୪ଟି ଓ୍ଵିକେଟ ନେଇଥିଲେ। ପୂଜାରାଙ୍କ ବ୍ୟତୀତ ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନମାନେ ସଂଘର୍ଷ କରିଥିଲେ।

ସମ୍ବନ୍ଧିତ ଖବର