ଦିଲ୍ଲୀ ଟେଷ୍ଟ: ବିଜୟ ଆଡ଼କୁ ଭାରତ, ୨ୟ ପାଳିରେ ଶ୍ରୀଲଙ୍କା ୩/୩୧

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ଓ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ଶେଷ ମୁକାବିଲାରେ ଶ୍ରୀଲଙ୍କା ୨ୟ ପାଳିରେ ୩ଟି ଓ୍ଵିକେଟ ହରାଇ ୩୧ ରନ୍‌ ସଂଗ୍ରହ କରିଛି। ୪୧୦ରନ୍‌ର ବିଜୟ ଲକ୍ଷ୍ୟ ନେଇ ଖେଳୁଥିବା ଶ୍ରୀଲଙ୍କା ଭାରତ ଠାରୁ ୩୭୯ ରନ୍‌ ପଛରେ ରହିଛି। ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୭ଓ୍ଵିକେଟରେ ୫୩୬ ରନ୍‌ ସଂଗ୍ରହ କରି ପାଳି ଘୋଷଣା କରିଥିଲା। ଏହା ପରେ ଶ୍ରୀଲଙ୍କା ପ୍ରଥମ ପାଳିରେ ୩୭୯ରନ୍‌ରେ ଅଲ ଆଉଟ ହୋଇଥିଲା। ୨ୟ ପାଳିରେ ଭାରତ ୨୪୬ ରନ୍‌ରେ ପାଳି ଘୋଷଣା କରିଥିଲା। ଭାରତ ୪୧୦ ରନ୍‌ର ବିଜୟ ଲକ୍ଷ୍ୟ ଶ୍ରୀଲଙ୍କାକୁ ଦେଇଛି।

ସମ୍ବନ୍ଧିତ ଖବର