କୋଲକାତା: ଟିମ୍ ଇଣ୍ଡିଆ ଓ ଶ୍ରୀଲଙ୍କା ମଧ୍ୟରେ ୩ଟି ମ୍ୟାଚର ପ୍ରଥମ ମୁକାବିଲାର ୩ୟ ଦିନର ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ୪୫.୪ ଓଭରରେ ୪ ଓ୍ଵିକେଟ ହରାଇ ୧୬୫ ରନ୍ ସଂଗ୍ରହ କରିଛି। କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖରାପ ପାଗ ଯୋଗୁଁ ଖେଳ ବନ୍ଦ କରିବାକୁ ଘୋଷଣା କରାଯାଇ ଥିଲା। ଦିନେଶ ଚାଣ୍ଡିମଲ(୧୩) ଓ ନିରୋସନ ଡିକଭେଲା(୧୪) ଅପରାଜିତ ଅଛନ୍ତି। ଟିମ୍ ଇଣ୍ଡିଆ ପ୍ରଥମ ପାଳିରେ ୧୭୨ ରନ୍ରେ ସମସ୍ତ ଓ୍ଵିକେଟ ହରାଇଛି। ଏହା ପରେ ବ୍ୟାଟିଂ ଆରମ୍ଭ କରିଥିବା ଶ୍ରୀଲଙ୍କା ଭଲ ସ୍ଥିତିରେ ଅଛି।
ଭୁବନେଶ୍ୱର କୁମାରଙ୍କ ଦ୍ୱାରା ସଦିରା ସମରଓ୍ଵିକ୍ରମା (୨୩) ଓ ଦିମୁଥକରୁଣାରତ୍ନେ (୮) ଆଉଟ ହେବା ପରେ ଲାହିରୁ ଥିରୁମାନି(୫୧) ଉମେଶ ଯାଦବଙ୍କ ବଲ ବିରାଟ କୋହଲିଙ୍କୁ ଦେଇ ଆଉଟ ହୋଇଥିଲେ। ଆଞ୍ଜେଲୋ ମ୍ୟାଥୁସ (୫୨) ଉମେଶ ଯାଦବଙ୍କ ବଲ ଲୋକେଶ ରାହୁଲଙ୍କୁ କ୍ୟାଚ ଦେଇଥିଲେ।
ପୂର୍ବରୁ ଟସ୍ ହାରି ପ୍ରଥମ ପାଳିରେ ଭାରତ ୫୯ ଓଭରରେ ୧୭୨ ରନ୍ରେ ସମସ୍ତ ଓ୍ଵିକେଟ ହରାଇ ଥିଲା। ଟିମ ଇଣ୍ଡିଆ ପକ୍ଷରୁ ଚେତେଶ୍ୱର ପୂଜାରା ସର୍ବାଧିକ ୫୨ରନ, ଋଦ୍ଧିମାନ ସାହା ୨୯ରନ୍, ମୋହମ୍ମଦ ସାମି ୨୪ ରନ୍, ରବୀନ୍ଦ୍ର ଜାଦେଜା ୨୨ ରନ୍ ସଂଗ୍ରହ କରିଥିଲେ। ଶ୍ରୀଲଙ୍କା ତରଫରୁ ସୁରଙ୍ଗା ଲକମଲ ୪ଟି ଓ୍ଵିକେଟ ନେଇଥିଲେ। ପୂଜାରାଙ୍କ ବ୍ୟତୀତ ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନମାନେ ସଂଘର୍ଷ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/ind-1.jpeg)