କିଟ୍‌ରେ ଆଜିଠୁ ଭାରତ-ଶ୍ରୀଲଙ୍କା ରଗ୍‌ବି

ଭୁବନେଶ୍ୱର: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ରଗ୍‌ବି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଶନିବାର ଓ ରବିବାର ଦୁଇ ଦିନ ଧରି କିଟ୍‌ରେ ଖେଳା ଯିବ। କିଟ୍‌, ଜାପାନ୍‌ ଇଣ୍ଟ୍‌ରନାସ୍‌ନାଲ୍‌ କୋଅପରେସନ୍‌ ଏଜେନ୍ସି (ଜେଆଇସିଏ) ଏବଂ ଭାରତୀୟ ରଗ୍‌ବି ଫୁଟ୍‌ବଲ୍‌ ସଂଘ ଆନୁକୂଲ୍ୟରେ ଏହି ମ୍ୟଚ୍‌ ଅନୁଷ୍ଠିତ ହେବ। ୩ଟି ୧୯ ବର୍ଷରୁ କମ୍‌ ଦଳ ଏହି ପ୍ରତିଯୋଗିତାରେ ଭାଗନେବେ। କିସ୍‌, ଭାରତ ଏବଂ ଶ୍ରୀଲଙ୍କା ନିଜ ନିଜ ସହ ରବିବାର ୮ ମ୍ୟାଚ୍‌ ଖେଳିବେ। ଏହି ପ୍ରତିଯୋଗିତାକୁ କିଟ୍‌ ପ୍ରାୟୋଜିତ କରୁଛି। କିଟ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଶୁୁକ୍ରବାର ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଜାପାନ୍‌ରେ ଖେଳା ଯିବାକୁ ଥିବା ବିଶ୍ୱକପ୍‌ରେ ଭଲ କରିବା ଲାଗି ଶୁଭେଚ୍ଛା ଜଣାଇଥିଲେ।

ସମ୍ବନ୍ଧିତ ଖବର