ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ : ୪ ଉଇକେଟ୍‌ ହରାଇ ଶ୍ରୀଲଙ୍କାର ବ୍ୟାଟିଂ ଜାରି

ନାଗ୍‌ପୁର: ସ୍ଥାନୀୟ ବିଦର୍ଭ କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ଭାରତ-ଶ୍ରୀଲଙ୍କା ଟେଷ୍ଟ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କା ୪ ଉଇକେଟ୍‌ ହରାଇ ୧୫୧ ରନ୍‌ କରିଛି । ଶୁକ୍ରବାର ହୋଇଥିବା ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ଟସ୍‌ ଜିଣି ବ୍ୟାଟିଂ ଜାରି ରଖିଛି । ସଦୀରା ସମରବିକ୍ରମ୍‌(୧୩), ଲାହିରୁ ଥିରିମାନେ, ଆଞ୍ଜେଲୋ ମାଥ୍ୟୁସ୍‌ (୧୦) ଓ ଦିମୁଥ୍‌ କରୁଣାରତ୍ନେ (୫୧) ଙ୍କ ଉଇକେଟ୍‌ ଶ୍ରୀଲଙ୍କା ହରାଇଛି ।  ରବିଚନ୍ଦ୍ରନ୍‌ ଅଶ୍ୱିନ ଏବଂ ରବୀନ୍ଦ୍ର ଜାଡେଜାଙ୍କୁ ଗୋଟିଏ ଲେଖାଏଁ ଉଇକେଟ ମିଳିଥିଲା ବେଳେ ଇଶାନ୍ତ ଶର୍ମା ଦୁଇଟି ଉଇକେଟ୍ ହାସଲ କରିଛନ୍ତି। ବର୍ତ୍ତମାନ ଶ୍ରୀଲଙ୍କା ପକ୍ଷରୁ  ଅଧିନାୟକ ଦିନେଶ ଚାନ୍ଦିମଲ ଓ ଡିରୋଶନ୍ ଡିକୱେଲା ଅଛନ୍ତି । ଉଲ୍ଲେଖଯୋଗ୍ୟ କି ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚ ଅମୀମାଂସୀତ ଭାବେ ଶେଷ ହୋଇଥିଲା ।

ସମ୍ବନ୍ଧିତ ଖବର