ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ୍: ଟସ୍ ଜିଣି ଶ୍ରୀଲଙ୍କାର ବ୍ୟାଟିଂ

ଈଶାନ୍ତ, ବିଜୟ ଓ ରୋହିତ୍ ଖେଳୁଛନ୍ତି

ନାଗପୁର: ଇଡେନ୍ ଗାର୍ଡେନ୍ସରେ ପାଗ ରୋକିଦେବା ପରେ ଭାରତୀୟ ଦଳ ଶୁକ୍ରବାରଠାରୁ ସ୍ଥାନୀୟ ଜାମଥାର ଭିସିଏ ପଡ଼ିଆରେ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ୍ ଖେଳିବା ଆରମ୍ଭ କରିଛି। ଟସ୍ ଜିଣି ଶ୍ରୀଲଙ୍କାର ପ୍ରଥମେ ବ୍ୟାଟିଂ ଆରମ୍ଭ କରିଛି ।

ଭାରତୀୟ ଦଳ ୨ ଜଣ ଖେଳାଳିଙ୍କୁ ମୁକ୍ତ କରିଦେଇଥିବାରୁ ଅନ୍ୟୁନ ଏହି ଦୁଇ ପରିବର୍ତନ ସହ ଖେଳୁଛି । କୋଲ୍କାତା ଟେଷ୍ଟ୍ ଶ୍ରେଷ୍ଠ ଖେଳାଳି ଭୁବନେଶ୍ୱର କୁମାର ବିବାହ ପାଇଁ ପରବର୍ତୀ ଦୁଇ ଟେଷ୍ଟ୍ ଖେଳିବେ ନାହିଁ, ତାଙ୍କ ବଦଳରେ ଈଶାନ୍ତ ଶର୍ମାଙ୍କୁ ସୁଯୋଗ ମିଳିଛି। ସେହିଭଳି ଦ୍ୱିତୀୟ ଟେଷ୍ଟ୍ରୁ ବାଦ୍ ପଡ଼ିଥିବା ଶିଖର ଧାଓ୍ଵନଙ୍କ ବଦଳରେ ମୁରଲୀ ବିଜୟଙ୍କୁ ସୁଯୋଗ ଦେଇଛି ଭାରତ। ଈଶାନ୍ତ ଏହି ଦଳର ସବୁଠାରୁ ଅଧିକ ଟେଷ୍ଟ୍ (୭୭) ଖେଳିଥିବା ଖେଳାଳି। ସେହିଭଳି ଆହତ ଥିବା ମହମ୍ମଦ ସାମୀଙ୍କ ବଦଳରେ ଖେଳୁଛନ୍ତି ରୋହିତ ଶର୍ମା।

ଭାରତ ଦଳ: ବିରାଟ କୋହଲି (ଅଧିନାୟକ), ଲୋକେଶ ରାହୁଲ, ମୁରଲୀ ବିଜୟ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ରିଦ୍ଧିମାନ ସାହା (ଓ୍ଵିକେଟରକ୍ଷକ), ରବିଚନ୍ଦ୍ରନ ଅଶ୍ୱିନ୍, ରବୀନ୍ଦ୍ର ଜାଦେଜା, ମହମ୍ମଦ ସାମି, ଉମେଶ ଯାଦବ, ଈଶାନ୍ତ ଶର୍ମା, ବିଜୟ ଶଙ୍କର, କୁଲଦୀପ ଯାଦବ, ରୋହିତ ଶର୍ମା।
ଶ୍ରୀଲଙ୍କା ଦଳ: ଦୀନେଶ ଚାନ୍ଦିମାଳ (ଅଧିନାୟକ), ଆଞ୍ଜେଲୋ ମାଥ୍ୟୁସ୍, ଦିମୁଥ କରୁଣାରତ୍ନେ, ନିରୋଶନ ଡିକ୍େଓ୍ଵଲା, ଧନଞ୍ଜୟ ଡି ସିଲ୍ଭା, ସୁରଙ୍ଗା ଲାକ୍ମଲ, ଦାସୁନ ସଣକା, ବିଶ୍ୱ ଫର୍ନାଣ୍ଡୋ, ଲାହିରୁ ଗାମେଜ୍, ଲକ୍ଷ୍ମଣ ସନ୍ଦକଣ, ସାଦୀର ସମରବିକ୍ରମା, ଦିଲରୁଓ୍ଵାନ ପେରେରା, ରୋଶନ୍ ସିଲ୍ଭା।

ସମ୍ବନ୍ଧିତ ଖବର