ପରାଜୟରୁ ଭାରତର ଅଭିଯାନ

ଏସୀୟ ବ୍ୟାଡ୍‌ମିଣ୍ଟନ୍‌

ନୂଆଦିଲ୍ଲୀ: ଭାରତ ଏସୀୟ ମିଶ୍ରିତ ଦଳୀୟ ବ୍ୟାଡ୍‌ମିଣ୍ଟ୍‌ନ୍‌ ପ୍ରତିଯୋଗିତାରେ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ଗ୍ରୁପ୍‌-ଏରେ ଭାରତ ୨-୩ରେ ସିଙ୍ଗାପୁରଠୁ ହାରିଯାଇଛି। ଏଚ୍‌ଏସ୍‌ ପ୍ରଣୟ ଓ ପୁରୁଷ ଯୁଗଳ ଯୋଡ଼ି ଏମ୍‌ଆର୍‌ ଅର୍ଜୁନ ଓ ଶ୍ଲୋକ ରାମଚନ୍ଦ୍ରନ୍‌ ନିଜ ମ୍ୟାଚ୍‌ ଜିତିଥି‌ଲେ। ମହିଳା ଏକକରେ ଅଶ୍ମିତା ଚାଲିଆ, ମିଶ୍ରିତ ଯୁଗଳରେ ଓଡ଼ିଆ ତାରକା ଋତୁପର୍ଣ୍ଣା ପଣ୍ଡା ଓ ଅର୍ଜୁନ ଏବଂ ମହିଳା ଯୁଗଳରେ ଋତୁପର୍ଣ୍ଣା ଓ ଅରାତୀ ସାରା ସୁନୀଲ ମ୍ୟାଚ୍‌ ହାରିଥିଲେ। ପ୍ରଣୟ ୨୧-୮, ୧୨-୨୧, ୨୧-୧୭ରେ କିନ୍‌ ୟିଉ ଲୋଙ୍କୁ ଏବଂ ଅର୍ଜୁନ-ଶ୍ଲୋକ ୨୧-୧୬, ୨୧-୧୮ରେ ଲୋକ କିଅନ୍‌ ହିନ୍‌-ଦାନି ବାୱା କ୍ରିସନାନ୍ତାଙ୍କୁ ପରାସ୍ତ କରିଥିଲେ। ମହିଳା ଏକକରେ ଅଶ୍ମିତା ୨୧-୧୭, ୧୨-୨୧, ୧୬-୨୧ରେ ୟିଓ ଜିଆ ମିନ୍‌ଙ୍କଠୁ, ମିଶ୍ରିତ ଯୁଗଳରେ ଋତୁପର୍ଣ୍ଣା-ଅର୍ଜୁନ ୨୧-୧୬, ୨୧-୧୩ରେ କ୍ରିସନାନ୍ତା-ତାନ୍‌ ୱେଇ ହାନ୍‌ଙ୍କଠୁ ଏବଂ ମହିଳା ଯୁଗଳରେ ଋତୁପର୍ଣ୍ଣା-ଆରତୀ ୨୨-୨୪, ୨୧-୧୫, ୨୧-୧୬ରେ ପୁତ୍ରି ସାରି ଡିୱି ସିତ୍ରା-ଲିମ୍‌ ମିଙ୍ଗ୍‌ ହୁଇଙ୍କଠୁ ପରାସ୍ତ ହୋଇଥିଲେ। ଭାରତ ପରବର୍ତୀ ମ୍ୟାଚ୍‌ରେ ଗୁରୁବାର ଚାଇନିଜ୍‌ ତାଇପେକୁ ଭେଟିବ।

ସମ୍ବନ୍ଧିତ ଖବର