ଲିଡ୍ସ : ହେଡିଙ୍ଗଲେ ଟେଷ୍ଟରେ ଭାରତ ପାଇଁ ଏକ କ୍ଷୀଣ ଆଶାର ସଂଚାର ହୋଇଛି । ବର୍ଷା ପରେ ଖେଳର ମୋଡ଼ କିଛିଟା ବଦଳିଛି । ଇଂଲାଣ୍ଡ ଲଗାତାର ୨ଟି ଓ୍ବିକେଟ ହରାଇଛି । 
ଏହି ମ୍ୟାଚରେ ବିଜୟ ପାଇଁ ଇଂଲଣ୍ଡ ଆଗରେ ୩୭୧ ରନର ଲକ୍ଷ୍ୟ ରଖିଥିଲା ଭାରତ । ଏହି ଲକ୍ଷ୍ୟର ପିଛା କରିବାକୁ ଯାଇ ଇଂଲଣ୍ଡ ଦଳର ଦୁଇ ଓପନର ବେନ ଡକେଟ୍ ଓ ଜ୍ୟାକ୍ କ୍ରାଉଲି ଦଳକୁ ଏକ ଦୃଢ ମୂଳଦୂଆ ପ୍ରଦାନ କରିଥିଲେ । ଉଭୟେ ପ୍ରଥମ ଓ୍ବିକେଟ ଯୋଡ଼ିରେ ୧୮୮ ରନ କରିବା ସହ ନିଜ ଦଳ ପାଇଁ ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ । ଅନ୍ୟପକ୍ଷେ ଭାରତୀୟ ବୋଲରମାନେ ଏହି ଦୁଇ ଓପନରଙ୍କ ଆଗରେ ପ୍ରଭାବହୀନ ସାବ୍ୟସ୍ତ ହୋଇଥିଲେ ।

Advertisment

ତେବେ ବର୍ଷା ଯୋଗୁଁ ଖେଳ କିଛି ସମୟ ଅଟକିବା ପରେ ପୁଣି ଆରମ୍ଭହୋଇଥିଲା । ଏହା ପରେ ଖେଳରେ ଏକ ରୋଚକ ମୋଡ ଆସିଥିଲା । କ୍ରାଉଲି ୬୫ ରନ କରି ପ୍ରସିଦ୍ଧ କ୍ରିଷ୍ଣାଙ୍କ ବଲରେ ଆଉଟ ହୋଇଥିଲେ । ତାଙ୍କ ପରେ ପରେ ଓଲି ପୋପ ମାତ୍ର ୮ ରନ କରି ଆଉଟ ହୋଇଥିଲେ । ଅନ୍ୟପଟେ ଡକେଟ୍ ୧୨୧ ରନ କରି ଏବେ ବି ଅପରାଜିତ ଅଛନ୍ତି ଓ ଭାରତ ଆଗରେ ଏକ ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଛନ୍ତି । ସର୍ବଶେଷ ଖବର ଅନୁସାରେ ଇଂଲଣ୍ଡ ୨ ଓ୍ବିକେଟ ହରାଇ ୨୧୫ ରନ କରିଛି । ବିଜୟ ପାଇଁ ଇଂଲଣ୍ଡ ଆଉ ୧୫୬ ରନ ଆବଶ୍ୟକ କରୁଛି ।