ନୂଆଦିଲ୍ଲୀ: ହାମିଲଟନ୍ ଦିନିକିଆରେ ଟିମ ଇଣ୍ଡିଆର ବିଶାଳ ସ୍କୋର । ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ନିର୍ଧାରିତ ୫୦ ଓଭରରେ ୪ ୱିକେଟ୍ ହରାଇ ୩୪୭ ରନ୍ କରିଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ରନ୍ ର ବର୍ଷା କରିଥିଲେ ଶ୍ରେୟସ ଆୟାର ଓ ଲୋକେଶ ରାହୁଲ । ଆୟାର ୧୦୭ ବଲରୁ ୧୦୩ ରନର ଇନିଂସ ଖେଳିଥିଲେ । ଦିନିକିଆରେ ଏହା ଶ୍ରେୟସଙ୍କ ପ୍ରଥମ ଶତକ ।
ସେପଟେ ଲୋକେଶ ରାହୁଲ ଖେଳିଥିଲେ ଅପରାଜିତ ୮୧ ରନର ଇନିଂସ । ପଞ୍ଚମ ୱିକେଟରେ ବ୍ୟାଟିଂ କରିବାକୁ ଆସିଥିବା ଲୋକେଶ ରାହୁଲ ୬୬ ବଲରୁ ୩ ଚୌକା ଓ ୬ ଛକା ବଳରେ ହାସଲ କରିଥିଲେ ୮୧ ରନ୍ । ଦିନିକିଆରେ ଏହା ରାହୁଲଙ୍କ ପଂଚମ ଅର୍ଧଶତକ । କ୍ୟାପଟେନ୍ କୋହଲି ୫୧ ଏବଂ କେଦାର ଯାଦବ ୨୬ ରନ୍ ସ୍କୋର କରିଥିଲେ ।
Photo-bcciରୋହିତ ଶର୍ମା ଓ ଶିଖର ଧବନଙ୍କ ଅନୁପସ୍ଥିତିରେ ଆଜି ଓପନିଂ କରିଥିଲେ ପୃଥ୍ୱୀ ସ ଏବଂ ମୟଙ୍କ ଅଗ୍ରୱାଲ । ଦୁଇ ଓପନର ଭାରତକୁ ପ୍ରଥମ ୱିକେଟରେ ୫୦ ରନ୍ ପାର୍ଟନରସିପ୍ କରି ଭଲ ସ୍କୋର ପାଇଁ ମୂଳଦୁଆ ଦେଇଥିଲେ । ୩୪୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ବ୍ୟାଟିଂ କରୁଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/EP_M7MrUcAAV4rm-1.jpg)