ମୁମ୍ବାଇ : ନଭେମ୍ବର ମାସରୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ବିସ୍ଫୋରକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ଆହତ ଜନିତ କାରଣ ପାଇଁ ବିଶ୍ରାମ ଦିଆଯାଇଥିବାବେଳେ ବିରାଟ କୋହଲିଙ୍କୁ ସମସ୍ତ ତିନୋଟି ଫର୍ମାଟର ଅଧିନାୟକ ଦାୟିତ୍ବ ଦିଆଯାଇଛି । ରୋହିତଙ୍କ ଅନୁପସ୍ଥିତିରେ କେ.ଏଲ.ରାହୁଲଙ୍କୁ ଏକଦିବସୀୟ ଓ ଟି-୨୦ ଦଳର ଉପଅଧିନାୟକ ଘୋଷଣା କରାଯାଇଛି ।
ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ଟେଷ୍ଟ ଦଳରେ ସ୍ଥାନ ମିଳିଥିବାବେଳେ ବରୁଣ ଚକ୍ରବର୍ତ୍ତୀଙ୍କୁ ଟି-୨୦ ଦଳରେ ସ୍ଥାନ ମିଳିଛି ।
ଟେଷ୍ଟଦଳ: ବିରାଟ କୋହଲି (ଅଧିନାୟକ), ମୟଙ୍କ ଅଗ୍ରୱାଲ, ପୃଥୀ ସ’, କେ.ଏଲ. ରାହୁଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ଶୁଭମନ ଗିଲ, ରିଦ୍ଧିମାନ ଶାହା, ଋଷବ ପନ୍ତ, ଯଶପ୍ରୀତ ବୁମରା, ମହମ୍ମଦ ସାମି, ଉମେଶ ଯାଦବ, ନବଦୀପ ସାଇନି, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ଆର. ଅଶ୍ୱିନୀ, ମହମ୍ମଦ ସିରାଜ ।
ଦିନିକିଆଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧୱନ, କେ.ଏଲ. ରାହୁଲ, ଶ୍ରେୟସ ଆୟର, ମନିଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରୱାଲ ଶୁଭମନ ଗିଲ, ରିଦ୍ଧିମାନ ଶାହା, ଋଷବ ପନ୍ତ, ଯଶପ୍ରୀତ ବୁମରା, ମହମ୍ମଦ ସାମି, ନବଦୀପ ସାଇନି, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ଯୁଜବେନ୍ଦ୍ର ଚହଲ, ସାର୍ଦୁଲ ଠାକୁର ।
ଟି-୨୦ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧୱନ, କେ.ଏଲ. ରାହୁଲ, ଶ୍ରେୟାସ ଆୟର, ମନିଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରୱାଲ, ସଞ୍ଜୁ ସାମସନ, ୱାଶିଂଟନ ସୁନ୍ଦର, ଯଶପ୍ରୀତ ବୁମରାହ, ମହମ୍ମଦ ସାମି, ନବଦୀପ ସାଇନି, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ଯୁଜବେନ୍ଦ୍ର ଚହଲ, ଦିପକ ଚହର, ବରୁଣ ଚକ୍ରବର୍ତ୍ତୀ ।